ମନ୍ତ୍ରୀ ପ୍ରତାପ ଜେନାଙ୍କ ତତ୍ତ୍ଵାବଧାନରେ ଅଙ୍ଗନୱାଡି କର୍ମୀମାନଙ୍କୁ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ

79

ମାହାଙ୍ଗା : ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ବଣ୍ଟନ ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୋକୋ ପ୍ରିୟ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଶୁଭାରମ୍ଭ କରାଯାଇଛି ପ୍ରଥମ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ।

ମନ୍ତ୍ରୀଙ୍କ ଶ୍ରୀ ଜେନାଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା ଏହାକୁ ଉଦଘାଟନ କରିଥିଲା ବେଳେ ବ୍ଲକ ବିଡ଼ିଓ କର୍ଣ୍ଣଦେଵ ସମାଦାର, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବ୍ଲକ ଉପସଭାପତି ଅଶୋକ କୁମାର ଓଝା, ସିଡିପିଓ ଲୀଳାବତୀ ସେଠୀ ଉପସ୍ଥିତ ରହି ଅଙ୍ଗନୱାଡି କର୍ମୀମାନଙ୍କୁ ୪ଜି ମୋବାଇଲ ବଣ୍ଟନ କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନେ ଏଭଳି ଏକ ବଳିଷ୍ଟ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହୁଳ ମାତ୍ରାରେ କୃତଜ୍ଞତା ଜଣାଇଛନ୍ତି ।

Comments are closed.