ବିଜୁ ଜନତା ଦଳ ପକ୍ଷରୁ ସ୍ଵେଛାକୃତ ରକ୍ତଦାନ ଶିବିର

74

ମାଲକାନଗିରି : ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଆଜି  ଜନ୍ମଦିନ । ଏହି ଶୁଭ ଅବସରେ ତାଙ୍କୁ ମାଲକାନଗିରି ଜିଲ୍ଲା ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର କୋଡ଼ିନେଟର ତଥା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ  ମାଡକାମୀଙ୍କ ନେତୃତ୍ୱରେ କାଲିମେଳା ବ୍ଳକ ବିଜୁ ପରିବାର ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ସହ କେକ୍ କାଟି କର୍ମୀ ମାନେ ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଆନନ୍ଦ ଉଲ୍ଲାସରେ ଜନ୍ମଦିନ ପାଳନ କରିଥିଲେ ।

ଏହି ଅବସରରେ ତାଙ୍କର ଶୁଭକାମନା କରି ଆଜି ଦଳ ତରଫରୁ ଆଜି କାଲିମେଳା ବ୍ଳକ ଭେଜାଙ୍ଗିବାଡା ପଞ୍ଚାୟତ ଏମପିଭି ୨୧ ଠାରେ  ଜନ୍ମ ଦିନ ପାଳନ କରିବା ସହ ଜୀବନ ବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରକୁ  କାଲିମେଳା ବ୍ଳକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ, ସାଂସଦ ପ୍ରତିନିଧି ଇ ଭେଙ୍କେଟ ରାଓ, ସୁବ୍ରତ ସିଲ ପ୍ରମୂଖ ଆୟୋଜନ କରିଥିଲେ । ଏଥିରେ ମାଲକାନଗିରି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ପ୍ରଫୁଲ ପଣ୍ଡା, ଜିଲ୍ଲା ସମ୍ପାଦକ ଶଙ୍କର ସାହା, ଦାସରଥୀ ବେହେରା, ମାଲକାନଗିରି ଜିଲ୍ଲା ପୁର୍ବତନ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଜଗବନ୍ଧୁ ପଢିହାରୀ, ମାଲକାନଗିରି ବ୍ଳକ ସାଂସଦ ପ୍ରତିନିଧି ବି କାମେଶ୍ୱର ରାଓ , ମାଲକାନଗିରି ବ୍ଳକ ପୁର୍ବତନ ସଭାପତି ସର୍ଵ କୁମାର ବିଶୋଇ, ସତ୍ୟ ସ୍ବାଇଁ, ବରିଷ୍ଠ ନେତା ଭାସ୍କର ରାଓ, କାମେଶ୍ୱର ପ୍ରଧାନ, ଶଙ୍କର ହାଲଦାର, ସୁଜୟ ମିସ୍ତ୍ରୀ, ଦୀପକ ବିଶ୍ୱାସ ଓ ସରପଞ୍ଚ ପ୍ରମୁଖ  ଉପସ୍ଥିତ ଥିଲେ ।

Comments are closed.