୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

79

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛି ।

 ୦୨୮୩୫/୦୨୮୩୬ ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବରପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଭାସ୍କୋଡାଗାମାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପୁରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ସେହିପରି ୦୮୬୩୭/୦୮୬୩୮ ହଟିଆ-ବାଙ୍ଗାଲୋର କ୍ୟାଂଟ-ହଟିଆ ବିଶେଷ ଟ୍ରେନ ହଟିଆରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋରରୁ ୦୩ ଅଗଷ୍ଟ ପର୍ଯ୍ୟନ୍ତ ଚଳାଚଳ କରିବ ।୦୨୪୪୯/୦୨୪୫୦ ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ଶାଲୀମାରରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ । ୦୫୨୨୮/୦୫୨୨୭ ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ବିଶେଷ ଟ୍ରେନ ମୁଜାଫରପୁରରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୧ ସେପ୍େଟମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୨୪୯୧/୦୨୪୯୨ ଶାଲିମାର-ବିଶାଖାପାଟନମ୍‌-ଶାଲିମାର ବିଶେଷ ଟ୍ରେନ ଶାଲିମାରରୁ ୬ ଜୁଲାଇ ଠାରୁ ଏବଂ ବିଶାଖାପାଟନମ ରୁ୭ ଜୁଲାଇ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ୦୨୫୨୩/୦୨୫୨୪ ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ବିଶେଷ ଟ୍ରେନ ସାନ୍ତ୍ରାଗଛିରୁ ଜୁଲାଇ ମାସ ୪ ତାରିଖ ଠାରୁ ଏବଂ ତିରୁପତି ଠାରୁ ୫ ଜୁଲାଇ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।୦୬୫୭୭/୦୬୫୭୮ ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଜୁଲାଇ ମାସ ୨ ତାରିଖ ଠାରୁ ଏବଂ ଗୌହାଟୀରୁ୫ ଜୁଲାଇ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ । ୦୨୮୯୧/୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର ପୂର୍ବ ବିଜ୍ଞପ୍ତିକୁ ପରିବର୍ତିତ କରାଯାଇଛି । ଏହି ଟ୍ରେନ ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନ ମାନଙ୍କରେ ବାତିଲ ରହିବ । ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବା ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଜୁଲାଇ ମାସ ୩ ଓ ୪ ତାରିଖ ଏବଂ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ଏହି ଟ୍ରେନ (୦୨୮୯୧) ବାଙ୍ଗିରିପୋଷି ଠାରୁ ଜୁଲାଇ ମାସ ୪ ଓ ୫ ତାରିଖ ଏବଂ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । 

Comments are closed.