ଜଳବାୟୁ ପରିବର୍ତ୍ତନର ପ୍ରଭାବ : ତାତିରେ ଛଟପଟ ଆମେରିକା

66

-ଥଣ୍ଡ। ଦେଶରେ ତାପମାତ୍ରା ୫୦ ଡିଗ୍ରୀ
-ଗ୍ରୀଷ୍ମପ୍ରବାହ ନେଲାଣି ୨୩୩ ଜୀବନ
-୮୪ ବର୍ଷ ପରେ ସର୍ବାଧିକ ତାପମାତ୍ରା

ୱାଶିଂଟନ : ସାରା ବିଶ୍ୱ କୋଭିଡରେ ଛଟପଟ ହେଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ଏବେ ଅସହ୍ୟ ତାତି ଦେଖିବାକୁ ମିଳିଛି । ଆଉ ଏହି ତାତିକୁ ସହିନପାରି କାନାଡ଼ାରେ ୨୦୦ରୁ ଅଧିକ ଲୋକ ଆଖି ବୁଜିଛନ୍ତି । ଏବେ କାନାଡାରେ ସର୍ବାଧିକ ତାପମାତ୍ରା ୪୯.୫ ଡିଗ୍ରୀ ସେଲ୍ସିୟସ ବା ୧୨୧ ଡିଗ୍ରୀ ଫାରେନ୍ହାଇଟ୍ । ରହିଛି ଯାହାକି ଏଯାବତ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି । ସିଟି ପୁଲିସ ଏବଂ ରୟାନ କାନାଡିଆନ ମାଉଣ୍ଟେଡ ପକ୍ଷରୁ ଏ ନେଇ ସ୍ପଷ୍ଟ
କରାଯାଇଛି । କାନାଡ଼ା ପରି ଆମେରିକାରେ ମଧ୍ୟ ଏହି ସମୟରେ ତାପବୃଦ୍ଧି କାରଣରୁ ଆକାଶରୁ ଅଗ୍ନି ବର୍ଷିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ପ୍ରବଳ ଗରମ ଯୋଗୁଁ ଶୁକ୍ରବାର ଗୋଟିଏ ଦିନରେ ଭ୍ୟାଙ୍କୋଭରରେ ୧୩୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ୬୫ ଜଣଙ୍କର ହଠାତ ମୃତ୍ୟୁ ଘଟିଥିବା ସେଠିକାର ପୁଲିସ ଜାଣିବାକୁ ପାଇଛି । ରୌଦ ତାପ ଯୋଗୁଁ ଏହି ମୃତ୍ୟୁ ଘଟିଥିବା କୁହାଯାଉଛି । ମଙ୍ଗଳବାର ମଧ୍ୟ କାନାଡାରେ ତାପମାତ୍ରା ୧୦୦ ଉପରେ ରହିଥିବା ଜଣାପଡ଼ିଛି । ସେଠାକାର ପାଣିପାଗ ବିଭାଗ ଅନୁସାରେ ଭ୍ୟାଙ୍କୋଭରରୁ ୨୫୦ କିଲୋମିଟର ଦୂରରେ ଥିବା ଲେଟନରେ ତାପମାତ୍ରା ୧୨୧ ଡିଗ୍ରୀ ଫାରେନ୍ହାଇଟ୍ (୪୯.୫ ଡିଗ୍ରୀ ସେଲସିୟସ) ରହିଛି ।

ସୂଚନାଯୋଗ୍ୟ ଯେ ଭାରତବର୍ଷରେ ସର୍ବାଧିକ ତାପମାତ୍ରା ୨୦୧୬ ମସିହାରେ ରାଜସ୍ଥାନରେ ୫୧ ଡିଗ୍ରୀ ରେକର୍ଡ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଶୁକ୍ରବାରରୁ ସୋମବାର ମଧ୍ୟରେ କାନାଡ଼ାର ପଶ୍ଚିମ ଉପକୂଳରେ ଥିବା ବ୍ରିଟିଶ କଲମ୍ବିଆରେ ୨୩୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ବିବାର ଆଶଙ୍କା ପ୍ରକାଶ ପାଇଛି । କାରଣ ବିଭିନ୍ନ ସ୍ଥାନରୁ ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁର ଖବର ଆସିବାରେ ଲାଗିଛି । ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ବ୍ରିଟିଶ କଲମ୍ବିଆ, ଆଲବର୍ଟ, ସାସକାଟଚେୱନ, ମନିଟୋବା, ୟୁକୋ ଓ ଉତ୍ତରପଶ୍ଚିମର କିଛି ଅଞ୍ଚଳ ପାଇଁ ହିଟୱେଭ୍ ସତର୍କ ସୂଚନା ଜାରି କରାଯାଇଛି । ଆଉ ଗୋଟିଏ ସପ୍ତାହ ପାଇଁ ଏପରି ଐତିହାସିକ ଓ ବିପଦଜନକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କାନାଡା ସରକାର ସମସ୍ତଙ୍କୁ ଅବଗତ କରାଇଛନ୍ତି । ପୁଲିସ ସାର୍ଜେଣ୍ଟ ଷ୍ଟିବ୍ ଏଡିସନ କହିଛନ୍ତି, ଭ୍ୟାଙ୍କୋଭରରେ ପୂର୍ବରୁ ଏଭଳି ଅଗ୍ନି ବର୍ଷା ହୋଇନଥିଲା । ପ୍ରବଳ ଗରମ ପାଇଁ ଶତାଧିକ ଲୋକ ଶୁକ୍ରବାର ପ୍ରାଣ ହାରିଛନ୍ତି । ତେବେ ପାଖାପାଖି ଅଞ୍ଚଳରେ ମଧ୍ୟ ସମାନ କାରଣ ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଥିବା ବେଳେ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ହଠାତ୍ ଏଭଳି ତାପମାତ୍ରା ବଢ଼ିବା ପଛର କାରଣ ଜଳବାୟୁରେ ପରିବର୍ତ୍ତନ ବୋଲି ଆକଳନ କରାଯାଉଛି । ବୈଷୟିକ ସ୍ତରରେ ୧୦୧୯ରେ ସର୍ବାଧିକ ଗରମ ହୋଇଥିବା କୁହାଯାଉଛି । ତେବେ କାନାଡର ପଡୋଶୀ ଦେଶ ଆମେରିକାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଥିବା ସୂଚନା ରହିଛି । ନେଶନାଲ ୱେଦରର ରିପୋର୍ଟ ଅନୁଯାୟୀ ପୋର୍ଟଲାଣ୍ଡ, ଅରେଗାନ, ସିଟ୍ଟଲ୍ ଓ ୱାଶିଂଟନରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଛି । ୧୯୪୦ର ରେକର୍ଡ ଅନୁସାରେ ଏଭଳି ଗରମ ପୂର୍ବରୁ ଅନୁଭୂତ ହୋଇନଥିଲା । ପୂର୍ବରୁ ପୋର୍ଟଲ୍ୟାଣ୍ଡରେ ତାପମାତ୍ରା ୧୧୫ ଫାରେନ୍ହାଇଟ୍ ରେକର୍ଡ ହୋଇଥିବା ବେଳେ ସିଟ୍ଟଲରେ ସୋମବାର ୧୦୮ଫାରେନ୍ହାଇଟ୍ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.