ଉଦନ୍ତୀ ବ୍ୟାରେଜ ସ୍ବପ୍ନ ଚୁରମାର ସିନାପାଲି

0 75

ନୂଆପଡା : ନୂଆପଡା ଜିଲ୍ଲାର ସିନାପାଲିବ୍ଲକ ଉଦନ୍ତୀ ନଦୀରେ ଏକ ଚେକଡ୍ୟାମ ହେବ ଏ ନେଇ ସୂଚନା ମିଳିଛି ଏହି ଚେକଡ୍ୟାମ ସିନାପାଲି ବ୍ଲକର ଘଣ୍ଟିଗୁଡା ପଞ୍ଚାୟତ ନଦୀଗାଁ ନିକଟ ଉଦନ୍ତୀ ନଦୀରେ ହେବ। ଏହାକୁ ଆସନ୍ତା ମଙ୍ଗଳବାର ଦିନ ଭାରଚୁଆଲ ମୋଡରେ ଘୋଷଣା କରିବେ 5ଟି ସଚିବ ଭି.କେ ପାଣ୍ଡିଆନ । ଏଥିରେ ନିଜେ 5ଟି ସଚିବ ସିନାପାଲି ବ୍ଲକର ଚାଷୀ ମାନଙ୍କ ସହ ସିଧାସଳଖ କଥା ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାର ପୂର୍ବପ୍ରସ୍ତୁତି ବୈଠକ ଘଣ୍ଟିଗୁଡା ପଞ୍ଚାୟତ ଗୃହରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଅଧକ୍ଷତା କରିଥିବା ବେଳେ ନେତା, ବୁଦ୍ଧିଜୀବୀ ସାଙ୍ଗକୁ ଚାଷୀ ମାନେ ଉପସ୍ଥିତ ଥିଲେ। ଅନ୍ତଃ ନଦୀ ଜଳାଶୟ ରେ ଅନ୍ତର୍ଭୁକ୍ତ ହୋଇ 850ଲକ୍ଷ ବ୍ୟୟ ଅଟକଲରେ ଚେକଡ୍ୟାମ ନିର୍ମାଣ ହେବା। ଏହା ଦ୍ୱାରା ଚେକଡ୍ୟାମ ସଂଲଗ୍ନ ଘଣ୍ଟିଗୁଡା ଏବଂ ମାଖପଦର ପଞ୍ଚାୟତ କୁ ପାନୀୟ ଜଳ ଯୋଗାଣ ଏବଂ ବୃହତ ଉଠା ଜଳ ସେଚନର ସୁବିଧା ଯୋଗାଇଦିଆଯିବ ଏହା ସହିତ ଉଦନ୍ତୀ ନଦୀରେ ଜଳ ସଂରକ୍ଷଣ ମଧ୍ୟ ହୋଇପାରିବ। ସେପଟେ ଆଜିକୁ 40ବର୍ଷ ହେଲା ଉଦନ୍ତୀ ନଦୀର ଉପରମୁଣ୍ଡ ଗୋଇଘାଟି ପାହାଡିଆ ଅଞ୍ଚଳରେ ଉଦନ୍ତୀ ବ୍ୟାରେଜ ପାଇଁ ନିର୍ମାଣ ଦାବି ହୋଇଆସୁଥିଲା। ଉକ୍ତ ଗୋଇଘାଟି ସ୍ଥାନକୁ ବିଭାଗୀୟ ମନ୍ତ୍ରୀ, ନେତା ସରକାରୀ କର୍ମଚାରୀ ଅନେକ ବାର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଯାହାକି ଏହି ସ୍ଥାନରେ ନିର୍ମାଣ ହେଲେ ବ୍ଲକର ସବୁ ପଂଚାୟତକୁ ଜଳସେଚନ ହୋଇପାରିଥାନ୍ତା ହେଲେ ଏବେ ନଦୀ ଗାଁଠାରେ କେବେଳ ଦୁଇଟି ପଞ୍ଚାୟତ ପାଇଁ ଚେକଡ୍ୟାମ ନିର୍ମାଣକୁ ବିରୋଧ କରିଛନ୍ତି ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର। ବ୍ଲକର ଉପରେ ମୁଣ୍ଡରେ ବ୍ୟାରେଜ ହେଉ ଏବଂ ସବୁଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.