ଆଜି ପବିତ୍ର ହେରାପଞ୍ଚମୀ

63

ପୁରୀ : ‘ଯାତ୍ରାଭାଗବତ’ରେ କୁହାଯାଇଛି- ‘ତତୋଗୁଣ୍ଡିଚା ନନ୍ତରଂ ପଞ୍ଚମ ଦିବସେ ହେରାପଞ୍ଚମୀ ଭବତି’ । ଘୋଷଯାତ୍ରା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ମନବୀୟ ଲୀଳାର ଏକ ରୋଚକ । ରୁକ୍ମିଣୀ(ମହାଲକ୍ଷ୍ମୀ) ବିବାହ ପରେ ବରକନ୍ୟାଙ୍କ ଗଇଁଠାଳ ଫିଟିନଥିବା ବେଳେ ମହାପ୍ରଭୁ ସ୍ନାନଯାତ୍ରାକୁ ଯାଇ ଜ୍ୱରଗ୍ରସ୍ତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନିଅନ୍ତି । ଏହାପରେ ନବଯୌବନ ପ୍ରାପ୍ତ ମହାପ୍ରଭୁ ରଥରେ ବିଜେ ହୋଇ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭଗିନୀ ସୁଭଦ୍ରାଙ୍କୁ ନେଇ ଯାତ୍ରା କରନ୍ତି । ପତି ବିରହ ବିଧିରା ମହାଲକ୍ଷ୍ମୀ ମା’ ବିମଳାଙ୍କ ପରାମର୍ଶ କ୍ରମେ ଗୁପ୍ତରେ ଯାଇ ରଥଯାତ୍ରାର ପଞ୍ଚମ ଦିବସରେ ଗୁଣ୍ଡିଚା ମନ୍ଦିର ଯାଇ ମୋହଞ୍ଜନରେ ମହାପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ରଥ ଦକ୍ଷିଣମୋଡ ହୋଇ ପ୍ରତ୍ୟାବର୍ତ୍ତନର ଆଜ୍ଞା ଦିଆଯାଇଥାଏ । ଫେରିବା ବେଳେ ଅଭିମାନିନୀ ମହାଲକ୍ଷ୍ମୀ ରଥକାଷ୍ଠ ଭାଙ୍ଗି ହେରାଗୋହରି ସାହି ପଟ ଦେଇ ଫେରିଥାନ୍ତି ।

Comments are closed.