୧ କ୍ୱିଂଟାଲ ୪୦ କେଜି ଗଞ୍ଜେଇ ସହ କାର୍ ଜବତ : ଦୁଇ ଗିରଫ

75

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ବାହାରକୁ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୋଚ୍ଛାପଡ଼ା ଅଂଚଳରୁ ଏକ କାର୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧ କ୍ୱିଂଟାଲ ୪୦ କେଜି ଗଞ୍ଜେଇ ସହ ଏହି କାର୍ କୁ ଜବତ କରାଯାଇଛି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଶଗଡ଼ା ଗ୍ରାମର ସତ୍ୟବାନ ଛତ୍ର ଏବଂ ଡ଼୍ରାଇଭର ମନମୁଣ୍ଡା ଗ୍ରାମର ଆକ୍ରମ ଖାନ୍ । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Comments are closed.