ଆଗକୁ ଡବଲ୍ ଲଘୁଚାପ : ପ୍ରବଳ ବର୍ଷିବ

66

-ଏଯାଏଁ ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ନିଅଣ୍ଟିଆକୁ ଭରଣା କରିପାରେ ଲଘୁଚାପ

ଭୁବନେଶ୍ୱର : ଜୁନ୍ ରେ ସ୍ୱାଭାବିକ୍ ଥିଲା ବର୍ଷା । ଜୁଲାଇ ବେଳକୁ ନିଅଣ୍ଟ ବଢ଼ିଛି । ଆଗକୁ ଡବଲ୍ ଲଘୁଚାପ ଆସୁଛି । ଏହି ଲଘୁଚାପ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମାସ ଶେଷ ବେଳକୁ ବର୍ଷା ବଢ଼ିପାରେ । କାରଣ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୧ରେ ଗୋଟିଏ ଦାନା ବାନ୍ଧିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଛକୁ ପଛ ଆଉ ଗୋଟିଏ ମଧ୍ୟ ଆସିବ । ୨୭ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଓ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର । ସେମାନେ ଆକଳନ କରିଛନ୍ତି ୨୬ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଅର୍ଥାତ୍ ୧୦ ଦିନରେ ଦୁଇ ଦୁଇଟି ଲଘୁଚାପ ଯୋଗୁ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ୨୩ରୁ ୨୯ ମଧ୍ୟରେ ଭଲ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

ରାଜ୍ୟରେ ଏବେ ବର୍ଷାର ଅଭାବ ଦେଖାଦେଇଛି । ୧୯ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି । ଆଷାଢ଼ ସରି ସରି ଆସିଲାଣି । କିନ୍ତୁ ଏଯାଏ ବେଉଷଣ ହୋଇନାହିଁ । ଲୁଚକାଳି ଖେଳୁଛି ମୌସୁମୀ । ଜୁନ୍ ପହିଲାରୁ ଆଜି ମଧ୍ୟରେ ରାଜ୍ୟରେ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ୫ଟି ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ହେଲା- ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝର । ଏଥି ସହିତ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ୪୦୫ ମିଲିମିଟର ବଦଳରେ ୨୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯ଟି ଜିଲ୍ଲାରେ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଭଦ୍ରକ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଭଦ୍ରକରେ ୫୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି କେନ୍ଦୁଝର ଓ ବଲାଙ୍ଗିରରେ ସ୍ୱାଭାବିକଠାରୁ ୪୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଗଜପତିରେ ୪୨ ଓ ସମ୍ବଲପୁରରେ ୪୦ ପ୍ରତିଶତ କମ୍ ବର୍ଷା ·ଷୀଙ୍କ ଚିନ୍ତା ବଢାଇ ଦେଇଛି ।

Comments are closed.