ମିଶନ କଟକ: ସ୍ଥିତି ପରଖିଲେ ୫-ଟି ସଚିବ

67

କଟକ : ରବିବାର କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । କଟକର ଏସ୍ସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହି କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱ ଜାତୀୟ ରାଜପଥ ଯାଏଁ ୩.୫୫ କିମି ଯାଏଁ ନବୀକରଣ କରାଯିବ । ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ତାହାର ତାଲିକା ପ୍ରଦାନ କରିବାକୁ ୫-ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଟକ ଏସ୍ସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ୫-ଟି ସଚିବ । ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଆରଡିସି, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.