ଆତ୍ମସମର୍ପଣ କରିଥିବା ମାଓବାଦୀକୁ ହତ୍ୟା

44

ମାଲକାନଗିରି : ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ହତ୍ୟା କଲେ ମାଓବାଦୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ । ସେ ନଅ ବର୍ଷ ଧରି ମାଓ ସଂଗଠନ ସହ ଜଡ଼ିତ ଥିଲେ । ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ ସଂପୃକ୍ତ ଥିଲେ ରାଜୁ ବେଞ୍ଜାମ୍ ।

ଶେଷରେ ନିଜ ପରିବାର କଥା ଚିନ୍ତା କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରି ଗାଁରେ ପରିବାର ସହରହି ଚାଷବାସ କରୁଥିଲେ । ଗତକାଲି ରାତିରେ ପ୍ରାୟ ୧୦ ରୁ ଉର୍ଧ୍ଵ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ । ଆଜି ସକାଳେ ହତ୍ୟା କରି ମୃତଦେହ ବିଜାପୁର ଗାଙ୍ଗାଲୁର ରାସ୍ତାରେ ଫିଙ୍ଗି ଦେଇଥିଲେ । ସେହି ରାସ୍ତାରେ ଯାଉଥିବା ଲୋକ ମାନେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

Comments are closed.