ରାଜ୍ୟରେ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

61

-ମୋଟ ମୃତ୍ୟୁ ସଂଖ୍ୟା ୫୨୪୧ ହେଲା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୯ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୫୨୪୧ ହୋଇ ଯାଇଛି ।

ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରେ ୧୭ ଜଣ ଅଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ ଜିଲ୍ଲାରେ ୭ ଜଣ, ଅନୁଗୁଳ ଜିଲ୍ଲାରେ ୬ ଜଣ ଓ କେନ୍ଦୁଝର ଜିଲ୍ଲାରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୪ ଜଣ, ଇାଲେଶ୍ୱର ଜିଲ୍ଲାରେ ୩ ଜଣ, ଭଦ୍ରକ , ବୌଦ୍ଧ ଗଂଜାମ, ନୟାଗଡ ଓ ପୁରୀ ଜିଲ୍ଲାରେ ୨-୨ ଜଣ, କୋରାପୁଟ, ସୁବର୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।

Comments are closed.