ସ୍କୁଲ ଖୋଲିବ ! ଶିକ୍ଷାଦାନ ପାଇଁ ଶିକ୍ଷକ ନାହାଁନ୍ତି

88

ଭଦ୍ରକ : ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟକ୍ରମେ ସରକାରଙ୍କ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛି। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଶିକ୍ଷକ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି। ବିଦ୍ୟାଳୟ ଗୁଡିକର ଭିତିଭୂମି ଅଭାବ ସାଙ୍ଗକୁ ଶିକ୍ଷକ କର୍ମଚାରୀମାନଙ୍କ ପଦବୀ ଶୂନ୍ୟକୁ ନେଇ ଶିକ୍ଷାଦାନ ବ୍ୟବସ୍ଥା କିପରି ଚାଲିବ ଏନେଇ ଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତର ଚିନ୍ତା ଘାରିଛି। ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ନସଜାଡି ସ୍କୁଲ ଖୋଲିବା ନିଷ୍ପତ୍ତି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ଯକୁ ଠେଲି ଦେଇଛି ବୋଲି ଶିକ୍ଷାବିତ୍ ବିଶେଷକରି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ବିଷୟ ଭିତିକ ବହୁ ଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଫାଙ୍କା ପଡିରହିଛି। ଏହି ସବୁ ବିଦ୍ୟାଳୟ ଗୁଡିକର ଶିକ୍ଷକମାନେ ଅବସର ନେବା ପରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଭଦ୍ରକ ଜିଲାରେ ୨୦୨୦ ରେ ୪୯ ଓ ୨୦୨୧ ରେ ୪୦ ଜଣ ଶିକ୍ଷକ ଅବସର ନେବା ପରେ ଏମାନଙ୍କ ସ୍ଥାନରେ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ପୂର୍ବ ବର୍ଷ ମାନଙ୍କରେ ମଧ୍ଯ ଅବସର ନେଇଥିବା ଶିକ୍ଷକଙ୍କ ସ୍ଥାନ ଆଜିଯାଏ ପୂରଣ ହୋଇପାରୁନାହିଁ । ଏବେ ଜିଲାରେ ଏହିସବୁ ବିଦ୍ୟାଳୟ ଗୁଡିକରେ ୨/୩ ଜଣ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ବ୍ୟବସ୍ଥା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଷୟ ଭିତିକ ଶିକ୍ଷକ ଅଭାବରୁ ପିଲାମାନଙ୍କ ପାଠପଢା କ୍ଷତିଗ୍ରସ୍ତ ଘଟୁଛି।

ଅନୁସନ୍ଧାନରୁ ଜଣାଯାଇଛି କେତେକ ସ୍କୁଲରେ କ୍ରୀଡା ଓ ହିନ୍ଦୀ ଶିକ୍ଷକ ଏପରିକି କିରାରୀ ଇଂରାଜୀ ଓ ବିଜ୍ଞାନ ବିଷୟରେ ପାଠ ପଢାଉଥିବା ଜଣାଯାଇଛି। ବନ୍ତ ବ୍ଲକ୍ ଅଣ୍ଡିଆ ହାଇସ୍କୁଲର ଜଣେ ପ୍ରଧାନ ଶିକ୍ଷକଙ୍କ ସହ ହୀନ୍ଦି ଶିକ୍ଷକ କିରାରୀ ଓ ପିଅନକୁ ନେଇ ପାଠପଢା ଚାଳିଛି। ଧାମନଗର ବ୍ଲକ୍ ସାହୁସାହି ଶ୍ରୀ ଜଗନ୍ନାଥ ହାଇସ୍କୁଲ ଓ ଖଡି ମହାରାଜ ଲକ୍ଷ୍ମୀନାରାୟଣ ହାଇସ୍କୁଲରେ କ୍ରୀଡା ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଥିବା ଜଣାଯାଇଛି। ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ହାଇସ୍କୁଲ ଜଣେ ଶିକ୍ଷକ ଓ ଜଣେ କ୍ରୀଡା ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। କଳା, ବିଜ୍ଞାନ, ସଂସ୍କୃତ, ହିନ୍ଦୀରେ କୌଣସି ଶିକ୍ଷକ ନାହାଁନ୍ତି। ଏହିଭଳି ବହୁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଜିଲାରେ ଚାଲିଛି। ପ୍ରକାଶେଯାଗ୍ୟ, ରାଜ୍ୟ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକ ୧୯୯୪ ଜୁନ୍ ୧ ତାରିଖ ଠାରୁ ସରକାର ହାତକୁ ନେଇଥିଲେ। ସେହି ସମୟରେ ୬୧୦ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଆଜିଯାଏ ସରକାରୀ କରଣରୁ ବାଦ୍ ପଡିଛି। ଏହାବ୍ୟତୀତ ୩ ହଜାରରୁ ଉର୍ଦ୍ଧ ବେସରକାରୀ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ଗ୍ରା ଓ ପରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଭାବେ ସରକାର ସ୍ବୀକୃତ ପ୍ରଦାନ କରିଥିଲେ ମଧ୍ଯ ଆଜିଯାଏ ଏହିସବୁ ବିଦ୍ୟାଳୟ ଗୁଡିକର ଭିତିଭୂମିର ବିକାଶ ଓ ଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରତି ସରକାର ଗୁରୁତ୍ବ ଦେଇନାହାଁନ୍ତି। ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ଜିଲାରେ ୧୫୬୦ ମଂଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ଆବଶ୍ୟକ ଥିବାବେଳେ ଏବେ ୯୮୧ ଜଣ ଶିକ୍ଷକ ଅଛନ୍ତି, ୫୭୯ ପଦବୀ ଫାଙ୍କା ପଡିଛି। ଜିଲାରେ ସରକାରୀ ସ୍କୁଲ ୧୬୮ ସରକାରୀ ସ୍କୁଲ ଥିବାବେଳେ ୩୪ ଏଡ୍ଡେ୍ ସ୍କୁଲ ୯୨ ବ୍ଲକ୍ ଗ୍ରା ଓ ୭ଟି ଅଫଗ୍ରେଡ୍ଡ୍ ହାଇସ୍କୁଲ ମୋଟ ୩୦୨ ଉଚ୍ଚ ବିଦ୍ୟାଳୟ ଜିଲାରେ ଅଛି। ଏହିସବୁ ବିଦ୍ୟାଳୟ ଗୁଡିକର ଉପସ୍ଥାନ ସଂଖ୍ୟା ୭୫ ହଜାର ୫୭୪ ରହିଛି।

Comments are closed.