ବେଆଇନ ଭାବେ ରେଳ ଟିକେଟ୍ ବିକ୍ରୀ ଅଭିଯୋଗ, ଜଣେ ଗିରଫ

69

ଗଞ୍ଜାମ : ବେଆଇନ ଭାବେ ରେଳ ଟିକେଟ୍ ବିକ୍ରୀ କରୁଥିବା ଅଭିଯୋଗରେ ଆରପିଏଫ ପକ୍ଷରୁ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗାଙ୍ଗପୁର ଥାନା ଅଂଚଳର ନାରାୟଣ କୁମାର ପାଣିଗ୍ରାହୀ । ନାରାୟଣ ମୋବାଇଲ ଏବଂ ରିଚାର୍ଜ ସେଂଟର ନାମରେ ଏକ ଦୋକାନ ଚଳାଇ ସେଠାରେ ରେଳ ଯାତ୍ରା ପାଇଁ ଆବଶ୍ୟକ ଇ-ଟିକେଟ୍ ଚଢ଼ା ଦରରେ ବିକ୍ରୀ କରୁଥିବା ନେଇ ଅଭିଯୋଗ ପାଇବା ପରେ ଆରପିଏଫ ପକ୍ଷରୁ ସ୍ଥାନୀୟ ଥାନା ପୋଲିସର ସହଯୋଗରେ ତାଙ୍କ ଦୋକାନ ଉପରେ ଚଢ଼ଉ କରାଯାଇଥିଲା । ପରିଚୟ ଗୋପନ ରଖି ଗ୍ରାହକ ଭାବେ ସେଠାରେ ପହଂଚି ଆରପିଏଫ କର୍ମକର୍ତା ମାନେ ତାଙ୍କ ବେଆଇନ କାରବାର ସମ୍ପର୍କରେ ଜାଣିବା ସହ ତାଙ୍କୁ ସେଠାରୁ ଗିରଫ କରିଥିଲେ । ଏନେଇ ରେଲୱେ ଆକ୍ଟ ୨୦୦୩ ଅନୁସାରେ କେସ୍ ନଂ ୧୩୬/୨୧ ରେ ଏକ ମାମଲା ଆରପିଏଫ ପକ୍ଷରୁ ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି ।

Comments are closed.