ସହରର ବିଭିନ୍ନ ଛକରେ ଡଷ୍ଟବିନ ବ୍ୟବସ୍ଥା ପାଇଁ ଦାବୀ

77

ନୂଆପଡା : ନୂଆପଡା ଜିଲ୍ଲାର ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । କିନ୍ତୁ ଏହି ସହରକୁ ସରସ ସୁନ୍ଦର କରିବା ପାଇଁ ଗତ କିଛି ମାସ ହେଲା ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସାମୁହିକ ବାହ୍ୟ ମଳ ମୁତ୍ର ପାଇଖାନା ମାନ ତିଆରି କରାଯାଉଛି । ଖଡିଆଳକୁ ସୁନ୍ଦର ସହର ଗଢି ତୋଲିବା ପାଇଁ ବିଭିନ୍ନ ପ୍ରକାର ହୋଡିଂ ମାଧ୍ୟମରେ ସଚେତନ କରାଯାଉଛି । ହେଲେ ସହରର କୌଣସି ଛକ ମାନଙ୍କରେ ମଇଲା ଆବର୍ଜନା ଗୁଡିକୁ ଫୋପାଡିବା ପାଇଁ ଡଷ୍ଟବିନ ନ ଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ମଇଲା ଆବର୍ଜନାକୁ ଏଣେ ତେଣେ ଫୋପାଡି ଦେଉଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ଛକ ମାନଙ୍କରେ ଡଷ୍ଟବିନ ମାନ ରଖାଗଲେ ଅଲିଆ ଆବର୍ଜନା ଏଣେତେଣେ ପଡନ୍ତା ନାହିଁ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏନଏସି କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Comments are closed.