କାଶୀନଗର ବ୍ଲକ ଜୀବିକା ଜୀବନ ମିଶନ ସଫଳତା ବହୁ ମହିଳା ଗୋଷ୍ଠୀ ଉପକୃତ

55

ଗଜପତି : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଗତ ୨୦୧୯ ରୁ ଆରମ୍ଭ ହୋଇଥିବା ଜୀବିକା ଜୀବନ ମିଶନ ସ୍ଥାନୀୟ ବ୍ଲକ ପ୍ରୋଜେକ୍ଟ ମେନେଜରଙ୍କ ଉଦ୍ୟମ, ନିଷ୍ଠା କର୍ତ୍ତବ୍ୟ ପରାୟଣ ଯୋଗୁ ଏଠାରେ ମହିଳାମାନେ ସ୍ୱୟଂ ସହାୟତା ଗୋଷ୍ଠୀ ମାନେ ବହୁ ଉପକୃତ ହୋଇପାରିଛନ୍ତି । ବ୍ଲକର ସମସ୍ତ ଗୋଷ୍ଠୀର M.B.K.C.R.P ମାନେ ଜଣାଇଛନ୍ତି । ପୃଷ୍ଟି କର ଖାଦ୍ୟ ନିମନ୍ତେ କୃଷି ମିତ୍ରମାନଙ୍କ ଦ୍ୱାରା ବଗିଚା କରାଯାଇ ସୁଷମ ଖାଦ୍ୟ ନିମନ୍ତେ ଗଛ ଲଗାଯାଇଛି । ଓଡିଶା ସରକାରଙ୍କ ଜୀବିକା ମିଶନ ମାଧ୍ୟମରେ ଋଣ ମଞ୍ଜୁରୀ କରାଯାଇଛି ।

ଗଜପତି ଜିଲ୍ଲା ପାଳଙ୍କ ନିର୍ଦ୍ଧେଶ ପ୍ରକାରେ କୋଭିଡ ନିୟମ ପ୍ରକାର ପାଳନ କରିବାକୁ ମହିଳାମାନଙ୍କୁ ସଚେତନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଟୀରେ ମିଶି ନଥିବା ମହିଳାଙ୍କୁ ଗୋଷ୍ଠିରେ ଅନ୍ତର୍ଭୁକ୍ତ କରାଯାଉଛି । ନୂତନ ଗୋଷ୍ଟୀ ଗଠନ ନିମନ୍ତେ ପ୍ରତି ପଞ୍ଚାୟତ କେନ୍ଦ୍ର ନିଜେ B.P.M. ବୁଲି ଆମ୍ଭ ମିଶନକୁ ଆଗେଇ ନେଇଛନ୍ତି । B.P.M ଦ୍ୱାରା ଆମ୍ଭେ ଓ ଆମ୍ଭ ମହିଳା ଗୋଷ୍ଟୀ ଯେଉଁ ଉପକୃତ ହେଉଛୁ, ଆମ୍ଭେ ତାଙ୍କୁ କୃତଜ୍ଞତା ଜଣାଉଛୁ । ଗତ କିଛି ଦିନ ତଳେ ଖବର କାଗଜ B.P.M ଙ୍କ ବିରୁଦ୍ଧରେ ପ୍ରକାଶ ପାଇଥିବା ଖବର କଳ୍ପିତ ଓ ଭିତ୍ତିହୀନ, ଉକ୍ତ ପ୍ରକାଶସୀତ ଖବର ଆମ୍ଭେ ଦୃଢ଼ ପ୍ରତିବାଦ କରୁଛୁ ।
B.P.M ଙ୍କ ମତାମତ :
B.P.M ଉକ୍ତ ଖବର ବିଷୟରେ ଲୋଡ଼ିବାରୁ ସେ କହିଥିଲେ ଯେ ମୋ ବ୍ଲକର ସମସ୍ତ ଗୋଷ୍ଠୀ ଓ ଜୀବିକା ମିଶନ ଯେଉଁ ଖବର ପ୍ରକଶ ପାଇଛି ତାହା ଭିତିହୀନ ଓ ମିଥ୍ୟା ଖବର । ମୁଁ ଦୃଢ଼ ପ୍ରତିବାଦ କରୁଛି ।

Comments are closed.