ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ମାଓବାଦୀଙ୍କ ଅଡିଓ ଟେପ ଜାରି

73

ମାଲକାନଗିରି : ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ଜାରି ହେଲା ମାଓବାଦୀଙ୍କ ଅଡିଓ ଟେପ । ଜାରି ଅଡିଓ ଟେପରେ କୁହାଯାଇଛି ଅନେକ ମାଓବାଦୀ ସହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମାଓ ସଂଗଠନର ବରିଷ୍ଠ ସଦସ୍ୟ ଯଥା କମ୍ରେଡ ରଣଦେବ , ଅଶୋକ , କିଶୋର , ମାଲ୍ଲା , ଶାନ୍ତି , ଲଳିତା , ପାଇକେ , ଜୟା , ଦାଇକି , ଏବଂ ଦୁଇଜଣଅସୁସ୍ଥତା ଯୋଗୁଁ ମୃତ୍ୟୁବରଣ କରିଥିଲେ । ବୈପାରିଗୁଡା ଘୋଟବେଡା ଠାରେ ଗରୀବ ଆଦିବାସୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲେ । ଅପରେସନ ସମାଧାନ ନାମରେ ପୋଲିସ ନିରୀହ ଜନତାଙ୍କୁ ହତ୍ୟା କରିବା ଘଟଣାକୁ ମଧ୍ୟ ସେ ଏହି ଅଡ଼ିଓ ଟେପ ମାଧ୍ୟମରେ ନିନ୍ଦା କରିଛନ୍ତି ।

ପୋଲିସ ମାଓ ସଂଗଠନକୁ ବଦନାମ କରିବା ନାମରେ ବସ ଏବଂ ଗାଡି ଚଳାଚଳ ବନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି । ଏବଂ ଏହି ଗାଡି ଚଳା ଚଳ ସ୍ବାଭାବିକ କରିବାକୁ ସେ ଆହ୍ବାନ ଦେଇଛନ୍ତି । ସେହିପରି ଆଗାମୀ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ହେବାକୁ ଥିବା ସହୀଦ ଦିବସରେ ପ୍ରତ୍ୟେକ ଗ୍ରାମରେ ଜଳ, ଜମି ଓ ଜଙ୍ଗଲ ଲାଗି ଲଢେଇ କରୁଥିବା ମାଓବାଦୀ ସଦସ୍ୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରିଛନ୍ତି । ମାଓ ଦମନକୁ ବନ୍ଦ କରି ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିର ମୌଳିକ ସୁବିଧା ଯୋଗାଇ ନ ଦେବା ପର୍ଯ୍ୟନ୍ତ ମାଓ ସଙ୍ଗଠନ ତାଙ୍କର ଅଧିକାର ପାଇଁ ଲଢେଇ ଜାରି ରଖୁଥିବ ବୋଲି ସେ କହିଛନ୍ତି । ତେବେ ମାଓବାଦୀଙ୍କ ଏହି ଶହୀଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ବଢାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

Comments are closed.