ଡେଙ୍ଗୁ ମହାବ୍ୟାଧିର ଭୟବହତା ରୋକିବାକୁ ବିଏମସି କମିଶନରଙ୍କୁ ଭେଟିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

65

ଭୁବନେଶ୍ୱର : ବର୍ତମାନ ସମୟରେ କରୋନା ମହାମାରୀରେ ବ୍ୟଥିତ ଭୁବନେଶ୍ୱର ଜନସାଧାରଣ ଏବେ ଡେଙ୍ଗୁ ମହାବ୍ୟାଧିର ଭୟାବହତାରେ ବ୍ୟତିବ୍ୟସ୍ଥ ହୋଇପଡ଼ିଛନ୍ତି, ଇତି ମଧ୍ୟର ଭୁବନେଶ୍ୱର ସହରରେ ଡେଙ୍ଗୁର କାୟା ବିସ୍ତାର ହୋଇସାରିଲାଣି । ୧୦୦ ରୁ ଉର୍ଦ୍ଧ ଲୋକ ଏଥିରେ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ପ୍ରଶାସନ ଏବଂ ଭୁବନେଶ୍ୱର ମହାନଗର ନିଗମ ଏଥିପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ଆଜି ବିଏମସି କମିଶନରଙ୍କୁ ଭେଟି ଡେଙ୍ଗୁର ଭୟାବହତା, ଭୁବନେଶ୍ୱର ଜନସାଧାରଣଙ୍କ ସୁରକ୍ଷା ଏବଂ ଡେଙ୍ଗୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଛନ୍ତି । ଡ୍ରେନ, ପରିତ୍ୟକ୍ତ ଜଳାଶୟ ଓ ପାଣିଜମିଥିବା ସ୍ଥାନକୁ ତୁରନ୍ତ ସଫା କରିବା ସହ ମଶାତେଲ ପକାଯାଉ । ଆଗଭଳି ସହରର ସମସ୍ତ ଅଂଚଳରେ ମଶାଧୂଆଁର ବ୍ୟବସ୍ଥା କରାଯାଉ । ଡେଙ୍ଗୁ ହେବାର ପରବର୍ତୀ ସମୟରେ ହସପିଟାଲରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଉ । ବିଶେଷଜ୍ଞ ମାନଙ୍କୁ ନେଇ ଅତିଶୀଘ୍ର ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇ ଡେଙ୍ଗୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ସଭାପତି ଶ୍ରୀ ଦାଶ ଦାବି କରିଥିଲେ । ଯଦି ଯୁଦ୍ଧକାଳୀନ ଭିତିରେ ଏହି ସବୁ ଆବଶ୍ୟକୀୟ ପଦକ୍ଷେପ ନନିଆଯାଏ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମହାନଗର ନିଗମକୁ ଅଚଳ କରିଦେବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି ଏବଂ ମିହିର ଆଚାର୍ଯ୍ୟ ପ୍ରମୁଖ ସଭାପତି ଶ୍ରୀ ଦାଶଙ୍କ ନେତୃତ୍ୱରେ ବିଏମସି କାର୍ଯ୍ୟାଳୟରରେ କମିଶନରଙ୍କୁ ଭେଟି ଦାବି ପତ୍ର ଜଣାଇଥିଲେ

Comments are closed.