ଗଞ୍ଜାମ ଜିଲ୍ଲାରେ ୨୯ଟି କେନ୍ଦ୍ରରେ ଅଫ୍ ଲାଇନ୍ ମେଟ୍ରିକ୍ ପରୀକ୍ଷା ଆରମ୍ଭ

61

-ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ୨୯ଟି କେନ୍ଦ୍ରରେ ଆଜି ଠାରୁ ଅଫ୍ ଲାଇନ୍ ମେଟ୍ରିକ୍ ପରୀକ୍ଷା ରେଗୁଲାର, ଏକ୍ସ ରେଗୁଲାର, ଏସ.ଓ.ଏସ.ସି. ପୋଷ୍ଟ (ଓପନ୍ ସ୍କୁଲ ସାର୍ଟିଫିକେଟ), ଫ୍ରେସ୍ ଓ ବ୍ୟାକ୍ ପେପର୍ ପରୀକ୍ଷା ହେଉଛି । ମୋଟ୍ ୧୩୯୯ ଜଣ ପରୀକ୍ଷାର୍ଥି ଗଞ୍ଜାମ ଜିଲ୍ଲାରେ ଏହି ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ୫୯୧ ଜଣ ରେଗୁଲାର୍, ୧୧୭ ଜଣ ଏକ୍ସ ରେଗୁଲାର, ଏସ.ଓ.ଏସ.ସି. ଫ୍ରେସ୍ ୫୨୪ ଓ ବ୍ୟାକ୍ ପେପର୍ ୮୭ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ପରୀକ୍ଷା କେନ୍ଦ୍ର ଗୁଡିକୁ ବିଶୋଧନ କରାଯାଇଛି । ପ୍ରଶ୍ନପତ୍ର ଓ ଏମ.ଆର. ସିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଂଚି ସାରିଛି । ପରୀକ୍ଷା ହଲ୍ ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କ ଥର୍ମାଲ୍ ସ୍କ୍ରିନିଂ, ସାନିଟାଇଜେସନ୍ ଆଦି କରାଯାଇଛି । ଗୋଟିଏ କୋଠରିରେ ସର୍ବାଧିକ ୧୨ ଜଣ ପରୀକ୍ଷାର୍ଥୀ ବସିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଭଞ୍ଜନଗର ସରକାରୀ ବାଳିକା ବିଦ୍ୟାଳୟରେ ମେଟ୍ରିକ ପରୀକ୍ଷା ଦେଉଛନ୍ତି ।

Comments are closed.