ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଆଗାମୀ ଦୁଇ ସପ୍ତାହରେ ୨୦ କୋଟି ଛୁଇଁବ ସଂକ୍ରମଣ !

epa08525241 World Health Organization (WHO) Director-General Tedros Adhanom Ghebreyesus attends a press conference organized by the Geneva Association of United Nations Correspondents (ACANU) amid the COVID-19 pandemic, caused by the novel coronavirus, at the WHO headquarters in Geneva, Switzerland, 03 July 2020. EPA-EFE/FABRICE COFFRINI
68

ନୂଆଦିଲ୍ଲୀ : ବିଶ୍ୱବାସୀ ନିଷ୍ପତ୍ତି ନେଲେ ମହାମାରୀର ଅବସାନ ଘଟିବ । ଏଇଟା ଆମ ହାତର କଥା ବୋଲି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଘେବ୍ରିୟେସସ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଆବଶ୍ୟକ ଉପକରଣ ଜନତାଙ୍କ ପାଖରେ ରହିଛି । ଆମେ ଏହାର (କୋଭିଡ୍-୧୯) ପରୀକ୍ଷା କରିପାରିବା ଏବଂ ଚିକିତ୍ସା କରିପାରିବା । ଗତ ସପ୍ତାହରେ “ହୁ’କୁ ପ୍ରାୟ ୪ ନିୟୁତ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା । ସାମ୍ପ୍ରତିକ ଧାରା ଲାଗି ରହିଲେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ସଂକ୍ରମଣ ମାମଲା ୨୦୦ ନିୟୁତ ଅତିକ୍ରମ କରିଯାଇପାରେ ।

ବିଗତ ୪ ସପ୍ତାହ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୬ଟି ଅଞ୍ଚଳରୁ ୫ଟିରେ ହାରାହାରି କୋଭିଡ୍-୧୯ ସଂକ୍ରମଣ ୮୦% ବା ଦୁଇଗୁଣ ବୃଦ୍ଧି ପାଇଛି । ଉପରୋକ୍ତ ସମୟରେ ଦକ୍ଷିଣ ଆଫ୍ରିକାରେ ମୃତ୍ୟୁସଂଖ୍ୟା ୮୦% ବୃଦ୍ଧି ପାଇଛି । ୧୩୨ଟି ରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଅତୀବ ସଂକ୍ରମଣଶୀଳ ଡେଲ୍ଟା ଭାରିଆଣ୍ଟ୍ ହେତୁ ଏହି ସଂକ୍ରମଣ ମାମଲା ବହୁଳାଂଶ ବୃଦ୍ଧିପାଇଛି । କୋଭିଡ୍-୧୯ ଭୂତାଣୁ ପରିବର୍ତ୍ତିତ ହେଉଛି ବୋଲି ପ୍ରଥମେ ରିପୋର୍ଟ ମଳିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଥିଲା । ଏପର୍ଯ୍ୟନ୍ତ ଚାରିଟି ବିପଜ୍ଜନକ ଭାରିଆଣ୍ଟ୍ ଉତ୍ପତ୍ତି ହେଲାଣି । ଭୂତାଣୁ ସଂକ୍ରମଣ ବିସ୍ତାର କରୁଥିବା ପର୍ଯ୍ୟନ୍ତ ଆହୁରି ଭାରିଆଣ୍ଟ୍ ସୃଷ୍ଟି ହେଉଥିବ ।

Comments are closed.