ଖୋଲିବ ଶ୍ରୀମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ

60

ଭୁବନେଶ୍ୱର : ପାଖାପାଖି ୩ମାସ ପରେ ଭକ୍ତଭଗବାନଙ୍କ ମଧ୍ୟରେ ମିଳନ ହେବ । ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଧର୍ମାନୁଷ୍ଠାନ ଖୋଲିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ ହାତରେ ଛଡ଼ାଯାଇଛି । କରୋନା ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ପ୍ରଶାସନ ।

ସେପଟେ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ପ୍ରଶାସନ ପରିଚାଳନା କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଧାର୍ମିକ ସ୍ଥଳକୁ ଭୋଗ ନେବାକୁ ବାରଣ କରାଯାଇଛି । ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ ସେବାୟତ ଓ ପୂଜକମାନେ । ସେମାନଙ୍କ ଗୁହାରି ମଧ୍ୟ ଶୁଣିଛନ୍ତି ରାଜ୍ୟ ସରକାର । ଜୀବନ ଏବଂ ଜୀବିକାକୁ ଦୃଷ୍ଟିରେ ରଖି କଟକଣା ସହିତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅଗଷ୍ଟ ମାସର ଗାଇଡ୍ଲାଇନ୍ ରେ ଏଥର ଅଧିକ ନିୟମ କୋହଳ କରାଯାଇଛି । ମଲ୍, ହଲ୍, ରେଷ୍ଟୁରାଣ୍ଟକୁ ରାଜ୍ୟରେ ଅନୁମତି ମିଳିଛି । ତେବେ କେବଳ କଟକ, ଭୁବନେଶ୍ୱର ଓ ପୁରୀ ଜିଲ୍ଲାରେ ସାମାନ୍ୟ କଟକଣା ଜାରି ହୋଇଛି । ପୂର୍ବରୁ ଥିବା “ଏ’ କାଟାଗୋରୀ ଓ “ବି’ କାଟାଗୋରୀ ଜିଲ୍ଲା ହଟାଇ ଦିଆଯାଇଛି ।

Comments are closed.