ବାଲିମେଳା ଏନ୍. ଏ.ସିପ୍ରଶାସନ ତରଫରୁ ଡେଙ୍ଗୁ ମ୍ୟାଲେରିଆ ପାଇଁ ସଚେତନତା

69

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରଠାରୁ ବାଲିମେଳା ଏନ୍.ଏ.ସି କର୍ମଚାରୀଙ୍କ ଦ୍ଵାରା ଡେଙ୍ଗୁ ମ୍ୟାଲେରିଆ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନାର ପାଦୃଭାବ କମିଆସିବା ବେଳେ ଜିଲାରେ ଡେଙ୍ଗୁ ଓ ମ୍ୟାଲେରିଆ ମଡିଆସିବାର ଆଶଙ୍କାରେ ପ୍ରଶାସନ ଦ୍ୱାରା ଲୋକମାନଙ୍କୁ ସଚେତନତା ରାଲି କରାଯାଇଥିଲା ।

ମୁଖ୍ୟତ ଘର ଚାରିପାଖ ସଫା ରଖିବା, ଘର ପାଖରେ କୌଣସି ଆବର୍ଜନା ପାଣି ନଜମିବା, ଆବର୍ଜନାକୁ ଏଣେତେଣେ ନପକାଇ ସଠିକ ଭାବରେ ଆବର୍ଜନା ଗାଡ଼ିରେ ପକେଇବା ଓ ମସାରି ବ୍ୟବହାର କରିବା ଭଳି ବହୁତ କିଛି କାର୍ଯ୍ୟ ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥି ସହିତ ପ୍ରତିଦିନ ସନ୍ଧ୍ୟା ସମୟରେ ଫଗିଙ୍ଗ ମେସିନ ସାହାଯ୍ୟରେ ବାଲିମେଳାର ପ୍ରତ୍ୟକ ଗଳିକନ୍ଦିରେ ଫଗିଂ  କରାଯିବ ବୋଲି ଜାଣିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ଏନ. ଏ. ସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ଡ଼. ଅରୁଣ ପ୍ରସାଦ ପଣ୍ଡା, ଡ଼. ଅମ୍ବିକାରାଣୀ ନାଥ, ଡ଼. ତାପସରଞ୍ଜନ ପଣ୍ଡା ,ପରିମଳ ବିଶେଷଜ୍ଞ ବିବେକାନନ୍ଦ ସାହୁ, ଏନ .ଏ .ସି କର୍ମକର୍ତ୍ତା, ସମସ୍ତ ସ୍ୱଚ୍ଛସାଥି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.