ବ୍ରାଉନ ସୁଗାର ଜବତ; 2 ଗିରଫ

0 66

ଭଦ୍ରକ : ଭଦ୍ରକ ପୁରଣା ବଜାର ପୋଲିସ କୁ ମିଳିଲା ସଫଳତା । ପୁରୁଣା ବଜାର ନଙ୍ଗାମହଲା ଅଞ୍ଚଳରୁ 260 ଗ୍ରାମର ବ୍ରାଉନସୁଗାର ଜବତ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା ଉପରେ ନଜର ରଖିଥିଲା। ଖବର ପାଇ ପୁରୁଣା ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ  ବେପାର କରୁଥିବା  ଅଭିଯୁକ୍ତଙ୍କୁ କାବୁ କରିଥିଲା ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ମୋଟର ସାଇକେଲ ସମେତ ନଗଦ ଏକ ହଜାର ସାତ ସହ ଟଙ୍କା ଓ ବ୍ରାଉନ ସୁଗାରର ବ୍ୟବହୃତ ହେଉଥିବା ସାମଗ୍ରୀ କୁ ଜବତ କରିଛି ପୁରୁଣା ବଜାର ପୋଲିସ। ଜବତ ବ୍ରାଉନ ସୁଗାର ର ମୂଲ୍ୟ 25 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଏସ ଡି ପି ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.