ଚୋରି ସାମଗ୍ରୀ ଉଦ୍ଧାର, ଜଣେ ଗିରଫ

0 67

ପାରଳାଖେମୁଣ୍ଡି, ୬ା୮ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ଗ୍ରାମର ହାଟପଦା ଛକ ନିକଟରେ ଗତ ମଙ୍ଗଳବାର ରାତ୍ର ସମୟରେ ଏକ ଦୋକାନରୁ ଚୋରି ହୋଇଥିଲା । ଏହାକୁ ନେଇ ସେରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଥିବା ବେଳେ ଗୁମ୍ମା ଖ୍ରୀଷ୍ଟିଆନ ସାହିର କିଛି ଲୋକେ ସନ୍ଦେହ ପ୍ରକଟକରି ଗିଧିଅନ ଗମାଙ୍ଗଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ଗିଧିଅନକୁ ପୋଲିସ ଜେରା କରିବା ପରେ ସ୍ପଷ୍ଟ ହୋଇଥିଲା ଯେ, ଗିଧିଅନ ହିଁ ଚୋରି କରିଛି ବୋଲି । ଗିଧିଅନଙ୍କ ଠାରୁ ଗୋଟିଏ ଲୁହା ରୋଡ, ୫ଟି ମୋବାଇଲ, ୫ଟି ଚାର୍ଜର ଆଦି ଜବତ କରିବା ସହ ୧୨୭୦ଟଙ୍କା ଉଦ୍ଧାର କରିଥିଲେ । ଏନେଇ ସେରଙ୍ଗ ଥାନାରେ ୫୦/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.