ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗାକୁ ଜନସାଧାରଣଙ୍କ ବିରୋଧ : ୧୫ଦିନ ପାଇଁ ନିଷ୍ପତି ସ୍ଥଗିତ

69

ସାଲେପୁର/ କିଶନନଗର : କିଶନ ନଗର ତହସିଲ ଅଧିନ ତଥା ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଞ୍ଚାୟତର
ମହାନଦୀ ଅବବାହିକାରେ ସ୍ଥାପିତ ପଞ୍ଚମୁଖୀ ହନୁମାନ ମନ୍ଦିର ସହ ନୂତନ ଭାବେ ଗଢି ଉଠିଥିବା ଗୃହ, ପ୍ରାଚୀର ଓ ନୂତନ କାରୁ କାର୍ଯ୍ୟକୁ ଭାଙ୍ଗିବା ପାଇଁ ଦୀର୍ଘ ଦିନ ହେବ ଜାତୀୟ ଗ୍ରୀନ ଟ୍ରିବୁନାଲ ମାଧ୍ୟମରେ ମକଦ୍ଦମା ଚାଲିଥିଲା । ଅଗଷ୍ଟ ମାସ ୬ ତାରିଖ ଶୁକ୍ରବାରକୁ ମାନ୍ୟବର କୋର୍ଟ ମନ୍ଦିର ଓ ଚତୁର୍ପାଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିବା ବେଳେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ଜନସାଧାରଣ ତଥା ସ୍ଥାନୀୟ ଦ୍ବୀପାଞ୍ଚଳ ବାସିଙ୍କ ପକ୍ଷରୁ ପାଖା ପାଖି ସହସ୍ରାଧିକ ପୁରୁଷ ଓ ମହିଳା ମନ୍ଦିର ସମ୍ମୁଖରେ ପାଲ ପକେଇ ବସି ରହିବା ସହିତ ଗଛ ଡ଼ାଳ ପକେଇ ରାସ୍ତା ଅବରୋଧ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କେତକ ପେଟ୍ରୋଲ ଓ କିରାସିନି ରଖି ଆତ୍ମାହୁତି ଦେବାକୁ ନିଷ୍ପତି ନେଇଥିଲେ । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଆବାଳବୃଦ୍ଧ ବନିତା ମନ୍ଦିର ଚତୁଃର୍ପାର୍ଶ୍ୱକୁ ବେଢ଼ି ରହି ବିରୋଧ ପ୍ରଦର୍ଶନ କରିଥିଲେ । କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ଘଟଣା ସ୍ଥଳରେ ପହଂଚି ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ମନ୍ଦିର ଭଂଗା ଯିବା ନିଷ୍ପତିକୁ ପନ୍ଦର ଦିନ ପାଇଁ ସ୍ଥଗିତ ରଖାଯାଇଥିବା କିଶନନଗର ତହସିଲଦାର ସୁଚେତା ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.