୧୬ରୁ ଖୋଲିବ ସବୁ କଲେଜ

76

ଭୁବନେଶ୍ୱର : ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ୟୁନିଭର୍ସିଟି ଓ କଲେଜ ଖୋଲାଯିବ ଏବଂ ଅଫଲାଇନ୍ ରେ କ୍ଳାସ୍ ହେବ । ପିଜି ପ୍ରଥମବର୍ଷ ୟୁଜି ପ୍ରି ଫାଇନାଲ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବ । ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପିଜି ଏବଂ ୟୁଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ ହେବ ବୋଲି ଜଣାଯାଇଛି ।

Comments are closed.