ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀ

79

-୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ନୂଆପଡା : ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ, ସେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ରେଗୁଲାର କରାଇ ଦେବା ସକାଶେ ତାଙ୍କ ସ୍ବାମୀ ଶ୍ରୀମନ୍ତ କୁମାର ନାଏକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ତାଙ୍କୁ ଗିରଫ କରିଛି । ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାନୀଙ୍କ ନେତୃତ୍ବରେ ମାଳକାନଗିରୀ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ନୂଆପଡା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କଳାହାଣ୍ଡି ଜିଲା ଡିଏସପି ସତ୍ୟବାନ ମହାନନ୍ଦ ପ୍ରମୁଖ ଏହି ଚଢଉ ଟିମରେ ସାମିଲ ଥିଲେ ।

Comments are closed.