ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

69

ମାଲକାନଗିରି : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ମାନ୍ୟବର ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଠାରେ ଥିବା ଶିବ ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକର ଆରମ୍ଭରେ କୋରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀଙ୍କ ମାତୃ ବିୟୋଗରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ପାଣିଗ୍ରାହୀଙ୍କ ପରିବାରକୁ ସମବେଦନା ଜଣେଇବା ସହିତ ତାଙ୍କର ଅମର ଆତ୍ମାର ସତଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଏହା ପରେ ବୈଠକ କାର୍ଯ୍ୟକ୍ରମ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ଥଳରେ ପହଞ୍ଚେଇବା ଓ ଜିଲ୍ଲା, ବ୍ଲକ,ପଞ୍ଚାୟତ ଓ ବୁଥ ସ୍ତରରେ ବିଜୁ ଜନତା ଦଳର ସଙ୍ଗଠନକୁ ମଜବୁତ କରିବା ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।

ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ କୋରକୋଣ୍ଡା ବ୍ଲକ୍ରରେ ଦୁଇଟି ଜିଲ୍ଲା ପରିଷଦ ଯୋନ ବିଜୁ ଜନତା ଦଳର ବିଜୟ ହାସଲ କରିବା ସହିତ ବିଜୁ ଜନତା ଦଳର ସଙ୍ଗଠନକୁ ମଜବୁଦ କରିବା। ସେଥିପାଇଁ ତୃଣମୂଳ ସ୍ଥଳରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମୀମାନେ ପ୍ରତିଜ୍ଞା ନେଇଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ତ୍ରିପାଠୀ, ଜିଲ୍ଲା ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ପଣ୍ଡା, ମହିଳା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ପ୍ରଧାନ , ଶ୍ରୀ ଗୋପାଳ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ଶ୍ରୀ ନୃସିଂହ ଚରଣ ମହାନ୍ତି ଓ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଆଡ଼ମା ରାବା, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ତାପସରଞ୍ଜନ ନାୟକ କୋରୁକୋଣ୍ଡା ସାଂସଦ ପ୍ରତିନିଧି ମଦନ ଖୋସଲା । ଯୋଗ ଦେଇଥିବା ବେଳେ ଜିଲ୍ଲା ଓ ବ୍ଲକର ଶତାଧିକ ବିଜୁ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମର ସମସ୍ତ ଅତିଥି ମାନଙ୍କୁ କୋରୁକୋଣ୍ଡା ସରପଞ୍ଚ ବଂଶୀଧର ମୁଦୁଲି ସ୍ୱାଗତ ସମର୍ଦ୍ଧନା ସହ ଧନ୍ୟବାଦ ଜଣାଇଥିଲେ ।

Comments are closed.