ଆଗାମୀ ୬ ମାସ ଗୁରୁତ୍ୱପୂଣ୍ଣ

68

ଭୁବନେଶ୍ୱର : ରାଜ୍ୟ କୋଭିଡ ସ୍ଥିତିରେ ଲଗାତାର ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆକ୍ଟିଭ କେସ କମି ୧୨ ହଜାର ତଳେ ରହିଛି । ହସ୍ପିଟାଲରେ ଆଡମିଶନ ହେଉଥିବା ଲୋକଙ୍କ ସଂଖ୍ୟା ବି କମି ଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ବି ସଂକ୍ରମଣ ସ୍ଥିର ରହିଛି । ବ୍ୟସ୍ତ ହେଲାଭଳି ପରିସ୍ଥିତି ନାହିଁ । ଏଠାରେ ବି ହସ୍ପିଟାଲ ଆଡ଼ମିଶନ ସଂଖ୍ୟା କମିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରୋଜ ମିଶ୍ର । ଡେଙ୍ଗୁ ସ୍ଥିତି ଉପରେ ପ୍ରତିକ୍ରିୟା ରଖି ଡା. ମିଶ୍ର କହିଛନ୍ତି ଯେ, ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ ଅଛି । ସେଥିରୁ ୭୧୪ ବିଏମ୍ସିରୁ ଆସିଛି । ଗଲା ମାସରେ ଯାହା ବିଏମ୍ସି ଏରିଆରେ ବଢ଼ିଛି । ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ କେସ ଆସୁଛି । ଏହାଠୁ ଉପରକୁ ଯାଉନି । ଡେଙ୍ଗୁ ଭାଇରସ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା । ଘରୋଇ ହସ୍ପିଟାଲ ଏଲିସା ପଦ୍ଧତିରେ ଟେଷ୍ଟ କରୁନାହାନ୍ତି । ସେମାନେ କାର୍ଡ ଟେଷ୍ଟ କରୁଛନ୍ତି । ତେଣୁ ଫଲସ୍ ପଜିଟିଭ ବହୁତ ଅଧିକ ଆସୁଛି । କିନ୍ତୁ ସେମାନେ ନମୁନା କ୍ୟାପିଟାଲ ହସ୍ପିଟାଲ କିମ୍ବା ଆରଏମ୍ଆରସିକୁ ପଠାଇ ପାରିବେ ।

ସମସ୍ତ ସହରାଞ୍ଚଳ ପିଏଚ୍ସି, ସିଏଚ୍ଓରେ ଡେଙ୍ଗୁ ଟେଷ୍ଟ ବ୍ୟବସ୍ଥା ହୋଇଛି । ଖାଲି ସଂକ୍ରମଣକୁ ଦେଖି ସବୁ ବନ୍ଦ କରିଦେବା କହିଲେ ହେବନି । ବର୍ତ୍ତମାନ ଟ୍ରାଏଲ ବେସିସରେ ଦେଖିବାକୁ ପଡ଼ିବ । କୋଭିଡ ଅନୁରୂପ ନିୟମ ପାଳନ କରି ଯଦି ସ୍କୁଲ ଚଳାଇ ପାରିବା ନିଶ୍ଚିତ ଭଲ । ଅନ୍ୟ ଦେଶରେ ଓ କେରଳରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆମର କ’ଣ ସ୍ଥିତି ହେବ, ଏବେଠୁ ଆତଙ୍କିତ ହେବାର ନାହିଁ । ଆମେ ପ୍ରସ୍ତୁତ ଅଛୁ, ଆମର ବ୍ୟବସ୍ଥା ଅଛି । ଆଗାମୀ ୬ ମାସକୁ ନଜରରେ ରଖି ବ୍ୟବସ୍ଥାକୁ ଆକ୍ଟିଭେଟ କରି ରଖିବା । ଯଦି ୬ ମାସ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିବ, ତାହେଲେ ଆତଙ୍କିତ ହେବା ଭଳି କିଛି ନାହିଁ ।

Comments are closed.