ଟିଟିଲାଗଡ଼ର ବିଭିନ୍ନ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଦୁଇ ମନ୍ତ୍ରୀ ଏବଂ ପାଟଣାଗଡ଼ ବିଧାୟକ

60

ଟିଟିଲାଗଡ଼ : ରବିବାର ଦିନ ସକାଳ ଏଗାରଟା ସମୟରେ ଟିଟିଲାଗଡ଼ ନିକଟସ୍ଥ ପିପଲପଦର ଠାରେ ଥିବା ମାତୃ ଶିଶୁ ହସ୍ପିଟାଲ ପଛପଟେ ଏକ ବଡ଼ ବିଲ୍ଡିଂ ଯେଉଁଥିରେ କି ହସ୍ପିଟାଲର ବିଭିନ୍ନ ବିଭାଗ ନିର୍ମାଣ ଯେମିତିକି ବ୍ଲଡବ୍ୟାଙ୍କ୍, ଆଡମିନ ବ୍ଲକ୍, ଡ୍ରଗୱେରହାଉସ, ରେମ୍ପଭଳି ନିର୍ମାଣକାର୍ଯ୍ୟ ହେବାକୁ ଥିବାବେଳେ ସାମ୍ନାରେ କର୍ମଚାରୀଙ୍କ ପାଇଁ ଷ୍ଟାଫ୍ କ୍ୱ।ଟର ନିର୍ମାଣ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ସେହିପରି ଟିଟିଲାଗଡ଼ ପୌର ପରିଷଦର ମିନି ଷ୍ଟାଡିୟମରେ ଏକ ସ୍ମାର୍ଟ ପାର୍କ, ରେଳ ଷ୍ଟେସନ୍ ପାଖରେ ରାତ୍ର ଆଶ୍ରୟ ସ୍ଥଳୀର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅତିଥି ମାନେ ନଡିଆ ବାଡେଇ ଶୁଭ ଦେଇଛନ୍ତି ।

ଏହି ଅବସରରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏବଂ ଶ୍ରମ ବିକାଶ ମନ୍ତ୍ରୀ ଶୁଶାନ୍ତ ସିଂ, ଏବଂ ପାଟଣାଗଡ ବିଧାୟକ ସରୋଜ ମେହେର, ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଅରୁଣ ମିଶ୍ର, ପ୍ରମୋଦ ପ୍ରଧାନ, ପ୍ରେମ ଜୈନ, ଚନ୍ଦ୍ର ବଦନ ପୁରୋହିତ, ଅରୁଣ ବାଗ, ମନିଗାଁ ସରପଞ୍ଚ ମୁନିରାମ ଖର୍ସେଲ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଜେଡି କର୍ମୀ ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Comments are closed.