ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କ ଶେରଗଡ଼ ଗସ୍ତ

61

-ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଲେ
-ସ୍ୱାସ୍ଥ୍ୟ ସେବା ନେଇ ଜନ ଅସନ୍ତୋଷ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଗସ୍ତ କରିଛନ୍ତି । ସେ ସମସ୍ତ ପଚାଂୟତ ବୁଲି ସ୍ମାର୍ଟ ହାଇସ୍କୁଲ ଗୁଡିକ ପରିଦର୍ଶନ କରୁଛନ୍ତି । ଏହା ସହ ନେତୃସ୍ଥାନୀୟ ବ୍ୟକ୍ତବିଶେଷଙ୍କ ସହିତ ଆଲୋଚନା କରୁଛନ୍ତି । ଶେରଗଡ଼ ବ୍ଲକ ଓ ହିଞ୍ଜିଳି ବ୍ଲକର ହାଇସ୍କୁଲ ଗୁଡିକ ରୋଲ୍ ମଡ଼େଲ ହୋଇଥିା ଯୋଗୁଁ ସଚିବ, ଉପସଚିବ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ପି.ଡ଼ି. ନିୟମିତ ବ୍ୟବଧାନରେ ଶେରଗଡ଼ ଆସି ସମୀକ୍ଷା କରି ଯାଉଛନ୍ତି । ଶେରଗଡ଼ ବ୍ଲକ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ଯୋଗୁଁ ବରିଷ୍ଠ ଅଧିକାରୀ ମାନେ ବିକାଶ ଦାୟୀତ୍ୱ ନେଇଛନ୍ତି।

କିନ୍ତୁ ଶେରଗଡ଼ ବ୍ଲକ୍ ବାସୀଙ୍କ ଏକମାତ୍ର ଭରସା ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ସମସ୍ୟାର ସ୍ଥାୟୀ ସମାଧାନ ନହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ଦିନ ଧରି ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିଲେ ମଧ୍ୟ ତାହା ପୁରଣ ହୋଇପାରୁନାହିଁ । ଯାହା ଫଳରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତମାନ ରେଫର ଟୁ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ର ହୋଇପଡିଛି, ତେଣୁ କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Comments are closed.