ମନରେଗା ମଜୁରୀ ପ୍ରଦାନ ନିୟମକୁ ନେଇ ଅସନ୍ତୋଷ

68

ନୂଆପଡା : ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଜୀବନ ଜୀବିକାର ଏକମାତ୍ର ମାଧ୍ୟମ ହେଉଛି ମନରେଗା । ଲୋକେ ଏହି ଗୋଟିଏ ଯୋଜନାରେ ହିଁ ନିଯୁକ୍ତି ସୁଯୋଗ ପାଇଥାନ୍ତି ।କିନ୍ତୁ, ଏହି ଯୋଜନାରେ କାମ କରି ମାସ ମାସ ଧରି ମଜୁରୀ ପାଉ ନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସରକାରଙ୍କ ଏକ ନୂଆ ନିୟମ ଶ୍ରମିକ ମାନଙ୍କୁ ଅସନ୍ତୁଷ୍ଟ କରିଛି । ନୂଆ ନିୟମ ଅନୁଯାୟୀ ମନରେଗାରେ କାମ କରିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ପ୍ରଥମେ ଏସଟି, ଏସସି ମାନଙ୍କୁ ମଜୁରୀ ମିଳିବ ଓ ପରେ ଓବିସି ଓ ସାଧାରଣ ବର୍ଗର ଲୋକଙ୍କୁ ମଜୁରୀ ମିଳିବ।ଗରିବ ଶ୍ରେଣୀର ଲୋକ ମାନେ ପରିବାର ପ୍ରତିପୋଷଣ ପାଇଁ ଏହି ଯୋଜନାରେ କାମ କରୁଥିବା ବେଳେ ସରକାର ଜାତି ଭିତ୍ତିକ ବୈଷମ୍ୟ ସୃଷ୍ଟି କରୁଥିବା ନେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଏପରିକି ଏସଟି, ଏସସି ଶ୍ରମିକ ମାନଙ୍କୁ ମଧ୍ୟ ମଜୁରୀ ପ୍ରଦାନରେ ପାତରଅନ୍ତର ନୀତିକୁ ନେଇ ଦୁଃଖ ପ୍ରକାଶ ସହ ଶ୍ରମିକ ମାନଙ୍କୁ ଜାତି ଭିତ୍ତିରେ ଭାଗ କରିବା ଗ୍ରହଣୀୟ ନୁହେଁ ଓ ସମସ୍ତଙ୍କୁ ଏକା ସାଥିରେ ମଜୁରୀ ମିଳୁ ବୋଲି ଦାବି କରିଛନ୍ତି । ନିୟମ ଯଦି ଯୁକ୍ତିଯୁକ୍ତ ବୋଲି ସରକାର ବିଚାର କରୁଛନ୍ତି ତାହେଲେ ସଂସଦ, ବିଧାନସଭା ଓ ସବୁ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇ ଏସଟି, ଏସସିଙ୍କୁ ପ୍ରଥମେ ଦରମା ଦିଆଯାଉ ବୋଲି ସମସ୍ତେ ଦାବି କରିଛନ୍ତି ।

ଏନେଇ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ, ସରକାର ନିୟମ ପ୍ରଣୟନ କରିଥିବାରୁ ସେ କିଛି କରି ପାରିବେ ନାହିଁ, କିନ୍ତୁ ଶ୍ରମିକଙ୍କୁ ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ ।

Comments are closed.