ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା

63

-ମହାପ୍ରଭୁଙ୍କ ମସ୍ତକରେ ଲାଗିଲା ବ୍ରହ୍ମଜ୍ୟୋତି ହୀରା

ପୁରୀ : ଶ୍ରାବଣ ଅମାବାସ୍ୟାରେ ଶ୍ରୀମନ୍ଦିରରେ ଚିତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଭୋଗମଣ୍ଡପ ପରେ ପତିମହାପାତ୍ର ତିନି ଠାକୁରଙ୍କୁ ଚିତା ଲାଗି କରିଥିଲେ । ସ୍ନାନ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ମସ୍ତକରୁ ଚିତା ଓଲାଗି କରାଯାଇ ରତ୍ନ ଭଣ୍ଡାରରେ ରଖାଯାଇଥିଲା । ଆଜି ଚିତାଲାଗି ଅମାବାସ୍ୟା ତିଥିରେ ତିନି ଠାକୁରଙ୍କୁ ଚିତାଲାଗି କରାଯାଇଛି । ବନକଲାଗି ପରି ଏହି ଚିତାଲାଗି ଗୁପ୍ତ ସେବା ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ନୀତି ପାଳନ ହୋଇଛି ।

ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁରଙ୍କ ମସ୍ତକରେ ସୋଲ ଚିତାଲାଗି ହୋଇଥିଲା । ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ନୀଳା ଚିତା,ମା ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଚିତା, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ବ୍ରହ୍ମଜ୍ୟୋତି ହୀରା ଚିତା ଲାଗି ହୋଇଥିଲା । ତିନି ଠାକୁରଙ୍କୁ ଚିତାଲାଗି ପରେ ଅତି ଉଜ୍ଜ୍ୱଳମୟ ଦେଖାଯାଉଛି ବୋଲି ସେବାୟତମାନେ କହିଛନ୍ତି । ଏହା ସହ ମହାପ୍ରଭୁ ଅମାବାସ୍ୟା ତିଥିରେ ସାଗର ବିଜେ କରିଛନ୍ତି । ଏହି ଦିନ ସମୁଦ୍ରମନ୍ଥନରୁ ଚିତା ମିଳିଥିବା କଥିତ ଅଛି । ଏହି ବେଶ ଦର୍ଶନ କଲେ ଭକ୍ତ ଅନେକ ପୂଣ୍ୟଫଳ ପାଇଥାଏ । କୋଭିଡ଼ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି ।

Comments are closed.