ଶୈଳର ଛଣ ଘରକୁ କେବେ ମିଳିବ ଆବସରେ ଛାତ ଘର

71

ଗଞ୍ଜାମ : ସରକାରଙ୍କ ଆବାସ ଯୋଜନାରେ ବଳି ପଡୁଛନ୍ତି ନିରୀହ ଗରିବ ପରିବାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେବଳ ପ୍ରଚାର ଓ ପ୍ରସାରରେ ହିଁ ଚାଲିଛି ବୋଲି ପ୍ରମାଣିତ ହୋଇଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ଶୋଳଷଳା ଗ୍ରାମରେ । ଶେରଗଡ଼ – ହିଞ୍ଜିଳିକାଟୁ ମୁଖ୍ୟ ରାଜ୍ୟ ରାଜପଥ କଡରେ ଶୈଳ ଦାସଙ୍କ ଗୋଟିଏ ଛୋଟ ପରିବାର ରୁହନ୍ତି । ଗତ ୩ ବର୍ଷ ତଳେ ସ୍ବାମୀ ବିଚିତ୍ରଙ୍କ ପରଲୋକ ଘଟିଛି । କୁନି କୁନି ଦୁଇ ଝିଅଙ୍କୁ ନେଇ ତେଲଲୁଣର ସଂସାର ତାଙ୍କର । ସ୍ଥାନୀୟ ନିର୍ବାଚିତ ହୋଇଥିବା ଜନପ୍ରତିନିଧି ମାନଙ୍କୁ ବହୁବାର କହିଛନ୍ତି ଶୈଳ । ହେଲେ ଅଦ୍ୟାବଧି ତାଙ୍କୁ ମିଳିପାରିନି ଅ।ବାସ ଯୋଜନାରେ ଘର ଖଣ୍ଡିଏ । ପ୍ରତିଦିନ ଦିନ ବହୁ ପ୍ରଶାସନିକ ଅଧିକାରୀମାନେ ଯିବା ଆସିବା କରନ୍ତି ଏହି ରାସ୍ତାରେ । ହେଲେ କେବେ ବି ଏହି ଦୃଶ୍ୟ କାହାରି ଅ।ଖିରେ ପଡିନି । ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ଥିଲାବେଳେ ତାଙ୍କ ପାଇଁ ଏହା ସାତସପନ ବୋଲି ଶୈଳ କହିଛନ୍ତି । ଏଣୁ ତୁରନ୍ତ ଆବାସ ଯୋଜନାରେ ଶୈଳ ପାଇଁ ଖଣ୍ଡେ ଘରେ ପ୍ରଦାନ ସକାଶେ ଗ୍ରାମରେ ସାଧାରଣଜନତା ସ୍ଥାନୀୟ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

Comments are closed.