ଚିତ୍ରକୋଣ୍ଡା ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ, ସିସି ଟିଭିରେ କଏଦ ଚିତ୍ର

71

ମାଲକାନଗିରି : ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ କେହି ଦୃବୃତ୍ତ ଚୋରି କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିବାର ଚିତ୍ର ବ୍ୟାଙ୍କରେ ଲାଗିଥିବା ସିସି ଟିଭ ରେ କଏଦ ହୋଇଛି । ଗତ କାଲି ରାତିରେ କେହି ଦୃବୃତ୍ତ ବ୍ୟାଙ୍କର ମୁଖ୍ୟ ଗେଟର ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ଟଙ୍କା ଚୋରି କରିବା ଉଦେଶ୍ୟରେ ପଶିଥିଲା । ବ୍ୟାଙ୍କ ଭିତରେ ଥିବା ବିଭିନ୍ନ କ୍ୟାସ କାଉଣ୍ଟର ଖୋଜିବା ପରେ ବ୍ରାଞ୍ଚ ମ୍ୟାନେଜର ଟ୍ରଙ୍କ ଭାଙ୍ଗିବାକୁ ଚେଷ୍ଟା କରି ନିରାଶ ହୋଇ ଫେରି ଯାଇଥିବା ଦେଖିବାକୁ ମିଳିଛି ।

ଏ ସମ୍ପର୍କରେ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଚିତ୍ରକୋଣ୍ଡା ଥାନାରେ ଏତଲା ଦେଇଛନ୍ତି । ଚିତ୍ରକୋଣ୍ଡା ଥାନା ଅଧିକାରୀ ଏତଲାକୁ ଭିତ୍ତିକରି କେସ ନମ୍ବର୧ 0୨ /୨୧ ଅନୁଯାଇ ପଞ୍ଜିକରଣ କରି ବ୍ୟାଙ୍କ ଚୋରିର ସିସିଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିଛନ୍ତି । ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ଗ୍ରାମ ପଞ୍ଚାୟତ ନିର୍ଭରଶୀଳ । ବ୍ୟାଙ୍କ ସହ ଏଟିଏମ ଲାଗିକି ଗୋଟିଏ ସ୍ଥାନରେ ରହିଥିବାରୁ ବ୍ୟାଙ୍କର ସୁରକ୍ଷା ପାଇଁ ଦିବାରାତ୍ର ସିକୁରିଟି ଜଗି ରହିବାକୁ ସାଧାରଣରେରେ ଦାବି ହେଉଛି ।

Comments are closed.