ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍

72

-ଦୁଇ ମୃତ, ୨ ଗୁରୁତର

ବାରିପଦା : ୪୯ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରୁ ଭାରସାମ୍ୟ ହରାଇ ପ୍ରାୟ ଶହେ ଫୁଟ୍ ତଳକୁ ଖସି ପଡିଛି ଏକ ପିଆଜ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ୍) ମେଡ଼ିକାଲରେ ଭର୍ତି କରାଯାଇଛି ।

ଟ୍ରକ୍ ଟି ନାସିକ୍ ରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବା ବେଳେ ଆଜି ସକାଳେ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଫଳରେ ହେଲପର ଓ ଡ଼୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ୍ ମେଡ଼ିକାଲରେ ଭର୍ତି କରିଛି । ମୃତକ ଦ୍ୱୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

Comments are closed.