ଟିଟିଲାଗଡ଼ କିରାନା ଆସୋସିଏସନ ତରଫରୁ ଶ୍ରାବଣ ମିଳନ ଅନୁଷ୍ଠିତ

71

ଟିଟିଲାଗଡ଼ : ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ନିକଟରେ ଥିବା ପ୍ରହରୀ ମଣ୍ଡପ ଠାରେ ଟିଟଲାଗଡ କିରାନା ଆସୋସିଏସନ ତରଫରୁ ଶ୍ରାବଣ ମିଳନ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ସରାଫଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଶ୍ରାବଣ ମିଲନ ଅବସରରେ ପ୍ରଥମେ ଉପସ୍ଥିତ ସଦସ୍ୟଙ୍କ ସହ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା । ସଦସ୍ୟ ମାନେ ନିଜ ନିଜର ମତ ପୋଷଣ କରିଥିଲେ। ତାପରେ ଅର୍ଣ୍ଣ ପ୍ରସାଦ ସମସ୍ତେ ଗ୍ରହଣ କରିଥିଲେ । ଏହି ଶ୍ରାବଣ ମିଳନକୁ ସାଫଲ୍ୟ ମଣ୍ଡନ କରିବାରେ ସମ୍ପାଦକ ରାଜୁ ମିଶ୍ର, ହନୁ ଅଗ୍ରୱାଲ, ନେପାଳ ଦାସ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

Comments are closed.