ବଦଳିଲା ଦଶମ ପରୀକ୍ଷା ପଦ୍ଧତି : ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଅନ୍ୟ କେନ୍ଦ୍ରରେ ମୂଲ୍ୟାୟନ

73

ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର । କରୋନା ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା କରାଯିବ । ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ । ଇଣ୍ଟରନାଲ ଆସେସ୍ମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ । ମାତ୍ର ୱେଟେଜ୍ ଅନୁସାରେ ଇଣ୍ଟରନାଲ ଆସେସ୍ମେଣ୍ଟକୁ ମୋଟ ୨୦ ପ୍ରତିଶତ ମାର୍କ ମିଳିବ । ଟର୍ମ-୧ ୱେଟେଜ୍ ୩୦ ପ୍ରତିଶତ ଓ ଟର୍ମ-୨ ୱେଟେଜ୍ ୫୦ ପ୍ରତିଶତ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, କରୋନାସ୍ଥତି ପାଇଁ ଗତବର୍ଷ ସ୍କୁଲମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା । ସ୍ୱତନ୍ତ୍ର ମୂଲ୍ୟାୟନ
ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ବହୁ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନ ଉପୁଜେ ସେଥିପାଇଁ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ । ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ·ଲିବ । ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ । ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ । ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୂପରେଖ ରହିବ ସେନେଇ ବୋର୍ଡ ଖୁବ୍ଶୀଘ୍ର ବିଜ୍ଞପ୍ତି ଜାରି କରିବ ।

Comments are closed.