ଲଗାଣ ବର୍ଷାରେ ମାଲକାନଗିରି କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

0 62

ମାଲକାନଗିରି : ମାଲକାନଗିରିର ଜିଲ୍ଲାର କାଲିମେଳା ବ୍ଲକ ଅଧିନସ୍ଥ କାଙ୍ଗୁରକୋଣ୍ଡା ଗ୍ରାମ ନିକଟସ୍ଥ ୩୨୬ ନଂ ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ତିନି ଫୁଟ ଉଚ୍ଚର ଜଳ ପ୍ରବାବିତ ହେଉଛି । ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ କାଲିମେଳା ଓ ପଡିଆ ବ୍ଲକର ମୋଟୁ, ଏମଭି-୮୮, ଏମଭି-୭୯, ଏମଭି-୯୬ ସହ ଜିଲ୍ଲା ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି । ସମସ୍ତେ ଜଳ ସ୍ରୋତ ହ୍ରାସ ପାଇବା ବାଟକୁ ଚାହଁ ବସିଛନ୍ତି । ପୋଲରେ ଉଭୟ ପାର୍ଶ୍ୱରେ ଥିବା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ସହ ପୋଲିସ ଓ ଦମକଳ ବିଭାଗ କର୍ମଚାରୀମାନେ ପୋଲର ଉଭୟ ପାର୍ଶ୍ୱରେ ଜଗି ବସିଛନ୍ତି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.