ସାନ ଭାଇର କାତି ଚୋଟରେ ବଡ ଭାଇର ମୃତ୍ୟୁ

0 75

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜଗତସାହିରେ ସାନ ଭାଇର କାତି ଚୋଟରେ ବଡ ଭାଇର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କିଶୋର ଚନ୍ଦ୍ର ପାଣିଗ୍ରାହୀ । ଆଜି ସକାଳେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସାନ ଭାଇ ରାଧାଶ୍ୟାମ ପାଣିଗ୍ରାହୀ ଉତକ୍ଷିପ୍ତ ହୋଇ କାତିରେ ବଡ ଭାଇକୁ ଆକ୍ରମଣ କରିଥିଲା । ଗୁରୁତର କିଶୋରଙ୍କୁ ଚିକିତ୍ସା ନିମନ୍ତେ କୋଦଳା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଅଭିଯୁକ୍ତ ସାନ ଭାଇ ଫେରାର୍ ହୋଇଯାଇଛି । କୋଦଳା ପୋଲିସ ଡ଼ାକ୍ତରଖାନାରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି । ଏ ସଂକ୍ରାନ୍ତରେ କୋଦଳା ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି ।

Leave A Reply

Your email address will not be published.