ଗଜପତି : ବିଷପାନ କରି ଯୁବତୀଙ୍କ ମୃତ୍ୟୁ

0 66

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡଖଣୀ ଗ୍ରାମର ମାଳତୀ ନାୟକ (୨୭) ବିଷପାନ କରି ମୃତ୍ୟୁବରଣ କରିଥିବା ଜଣାପଡିଛି । ଗତକାଲି ମାଳତୀ କୌଣସି ପାରିବାରିକ କାରଣରୁ ମଧ୍ୟାହ୍ନ ବେଳେ ବିଷପାନ କରିଥିଲେ । କିଛି ସମୟ ପରେ ବାନ୍ତି କରିବାରେ ଲାଗିଥିଲେ । ଯାହାକୁ ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଆଶୁତୋଷ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ମୋହନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଦେଇଥିବାର ସୂଚନା ମିଳିଛି । ବିଷପାନ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ସ୍ୱଷ୍ଟତା ମିଳିବ ବୋଲି କୁହାଯାଇଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ଏନେଇ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.