ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ଭାରତୀୟଙ୍କୁ ଉଦ୍ଧାର ପ୍ରଥମ ପ୍ରାଥମିକତା

0 67

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନ ସ୍ଥିତି ଜଟିଳ ହୋଇପଡିଥିବା ବେଳେ ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ କରିଛନ୍ତି । ସାରା ବିଶ୍ୱ ଆଫଗାନ୍ ସ୍ଥିତି ଉପରେ ନଜର ରଖିଛି । ଭାରତ ମଧ୍ୟ ୱେଟ୍ ଆଣ୍ଡ ୱାଚ୍ ମୋଡ୍ରେ ରହିଛି । ସର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି, କେତେଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି ସେନେଇ ବୈଠକରେ ସୂଚନା ଦିଆଯାଇଛି । ଏଥିସହ ୟୁଏସ,ଋଷିଆ ଓ ଚୀନ୍ ପକ୍ଷରୁ ନାଗରିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମ ନେଇ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍ ‘ଦେବୀ ଶକ୍ତି’ ଜରିଆରେ ଭାରତୀୟ ଓ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଅଣାଯାଉଛି । ଏପର୍ଯ୍ୟନ୍ତ ୮ଶହରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଅଣାଯାଇଛି ।

ଅପରପକ୍ଷେ ଦେଶ ହିତ ପାଇଁ ସରକାରଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବାକୁ କଂଗ୍ରେସ କହିଛି । ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆଫଗାନ ସହ କିପରି କୂଟନୈତିକ ସଂପର୍କ ଭଲ ରହିବ ସେନେଇ କଂଗ୍ରେସ ପ୍ରସ୍ତାବ ଦେଇଛି ।

Leave A Reply

Your email address will not be published.