ମୁଖ୍ୟମନ୍ତ୍ରୀ କଟକ ଏସ୍ସିବିରେ ଏକମୋ ୟୁନିଟର କଲେ ଲୋକାର୍ପଣ

0 74

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କଟକ ଗସ୍ତରେ ଆସି ଏସ୍ସିବିରେ ପୂର୍ବ ଭାରତର ସବୁଠାରୁ ବଡ଼ ସରକାରୀ ଏକମୋ ୟୁନିଟର ଉଦ୍ଘାଟନ କରିଛନ୍ତି । ବୋସ ଅସ୍ଥାୟୀ ହ୍ୟାଲିପେଡ୍ରେ ମୁଖ୍ୟମନ୍ତ୍ରୀ ପହଂଚିବା ପରେ ଏସ୍ସିବି ଅଭିମୁଖେ ଯାଇଥିଲେ । ଏବଂ ସେଠାରେ ପୂର୍ବ ଭାରତର ଏହି ବଡ଼ ଏକମୋ ୟୁନିଟ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ୍ମୋ ଚିକିତ୍ସା ଖୁବ୍ ବ୍ୟୟବହୁଳ । ତେଣୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଲୋକଙ୍କୁ ଯୋଗାଇ ଦେବେ ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଦ୍ୱିତୀୟ ଲହରର ସ୍ମୃତି ଖୁବ୍ କଷ୍ଟଦାୟକ । ଲକଡାଉନ କୋହଳ ହୋଇଛି, ହେଲେ ବିପଦ ଟଳିନି । ତୃତୀୟ ଲହର ମୁକାବିଲା ପାଇଁ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁ ବେଶି ସଂକ୍ରମିତ ହେବା ଆଶଙ୍କା ରହିଛି । ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.