ଚାଷୀଙ୍କୁ ସାର ଯୋଗାଣ ଓ କଳାବଜାରୀ ବିରୁଦ୍ଧରେ ସିନାପାଲି ବ୍ଲକ ଅଫିସ ଘେରାଉ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0 63

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଚାଷୀଙ୍କୁ ସାର ଯୋଗାଣ ଓ କଳାବଜାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସିନାପାଲି ଅଞ୍ଚଳ ଚାଷିଗଣ ଓ ଜନ ଅଧିକାର ମଞ୍ଚ ତରଫରୁ ସିନାପାଲି ବ୍ଲକ ଅଫିସ ଘେରାଉ କରାଯାଇଥିଲା । ଏହି ଅବସରରେ ସିନାପାଲି ବିଡ଼ିଓ ସଦାଶିବନାଏକଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ମିଲିପାରୁ ନାହିଁ। ବରଂ ପେକ୍ସ ଓ ଡିଲର ମାନେ କଳାବଜାରୀ ଓ ଦୁର୍ନୀତି କରି ବଣ୍ଟନରେ ଅନିୟମିତ କରିଥିବା ଅଭିଯୋଗ କରିଥିଲେ ବର୍ତ୍ତମାନ ଚାଷୀ ମାନଙ୍କ ପାଇଁ ସାରର ଅତି ଆବଶ୍ୟକ ସମୟ ହୋଇଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଏଣୁ କରି ଚାଷୀ ମାନଙ୍କୁ ଶୀଘ୍ର ସାର ପ୍ରଦାନ କରିବା ସହିତ କଳାବଜାରୀକୁ ରୋକିବା ପାଇଁ ଦାବି କରିଥିଲେ । ଏନେଇ ଚାଷୀ ମାନଙ୍କ ହକ ଓ ଅଧିକାର ପାଇଁ ସିନାପାଲି ବ୍ଲକ ଅଫିସ ଘେରାଉ କରାଯାଇଛି ଚାଷୀ ମାନେ ପ୍ରକାଶ କରିଛନ୍ତି ।

ଏହି ସର୍ବଦଳୀୟଙ୍କ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେରଙ୍କ ସମେତ ଗିରିରାଜ ମାଝୀ, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଗୋଦାବରିଶ ନାଏକ, ବୈଶମପାୟନ ମେହେର, ରିଖୀରାମ ବାଗ, ପଦ୍ମନାଭ ଜଗତ, ସଞ୍ଜୟ ସିଂ ଦଣ୍ଡସେନା, କୈଳାସ ଚନ୍ଦ୍ର ବାଗ, ସୁରେଶ ବାଗ, ଜୟପାଳ ନାଗ, ଭରତ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.