ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦ୍ଵାରା ନିଚିନ୍ତକୋଇଲି ବ୍ଲକ୍ ଅଞ୍ଚଳର ବିଭିନ୍ନ ପ୍ରକଳ୍ପର ମାରାଥନ ସମୀକ୍ଷା ସହ ଶୁଭ ଶିଳାନ୍ୟାସ

0 76

ମାହାଙ୍ଗା : ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ରେ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ମାରାଥନ ଶୁଭ ଶିଳାନ୍ୟାସ ଓ ସମୀକ୍ଷା ହୋଇଯାଇଛି । କୋଲଣପୂର୍ ସ୍ଥିତ ହେବାକୁ ଥିବା ମଲ୍ଟି ସ୍ପେସାଲିଷ୍ଟ ହସ୍ପିଟାଲ ଆମେରିକାନ ନୂତନ ମେଡିକାଲ୍ ର ଶୁଭ ଶିଳାନ୍ୟାସ, ସହ କେନ୍ଦୁପାଟଣାର ଏକ ପୋଖରୀର ପୁନରୁଦ୍ଧାର, ନିଶ୍ଚିନ୍ତକୋଇଲି ପିପି କଲେଜର ନୂତନ ଖେଳ ପଡିଆ, ନୂତନ ବିଲଡିଂ ର ସମୀକ୍ଷା, ପଶୁ ଚିକିତ୍ସା କେନ୍ଦ୍ରର ସମୀକ୍ଷା, କଟିକଟା ବଜାରରେ ଏକ ହନୁମାନ ମନ୍ଦିର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକଟ ପ୍ରକଳ୍ପ ସହ କଟକ ଜିଲ୍ଲାର ବୃହତ୍ ତଥା ୧ କୋଟି ୨୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଚାଲିଥିବା ନିଶ୍ଚିନ୍ତକୋଇଲି ମଡେଲ ସାପ୍ତାହିକ ହାଟର ସମୀକ୍ଷା ମନ୍ତ୍ରୀ ଶ୍ରୀ ଜେନା କରିଥିଲେ । ଏହି ହାଟ ଅକ୍ଟୋବର ସୁଦ୍ଧା ଶେଷ ହୋଇ ଲୋକାର୍ପିତ ହେବ ଏବଂ ଏହି ହାଟ ମାଧ୍ୟମରେ ବହୁ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ତତ୍ପରେ ଅସୁରେଶ୍ଵରରେ ହେଉଥିବା ଆଦର୍ଶ ସ୍କୁଲର ସମୀକ୍ଷା ସହ ମୋ ଟ୍ରୀ ସଂସ୍ଥା ଜରିଆରେ ଗୁଆ ଗଛ ରୋପୋଣ ଶ୍ରୀଯୁକ୍ତ ମନ୍ତ୍ରୀ କରିଥିବା ବେଳେ, ଅସୁରେଶ୍ଵର ସୁଭଦ୍ରାମହତାବ ମହାବିଦ୍ୟାଳୟରେ ହେବାକୁ ଥିବା ନୂତନ ବିଲ୍ଡିଂର ସମୀକ୍ଷା । ସେଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଶ୍ରୀ ଦଧିବାମନ ଜୀଉ ମନ୍ଦୀରର ରୁପାନ୍ତି କରଣ ବିସୟରେ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ ।

ପରେ ପରେ ଅସୁରେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ର କିପରି ଚାଲିଛି ତାହା ବିସୟରେ ସମୀକ୍ଷା କରିଥିଲେ। ଶ୍ଚିନ୍ତକୋଇଲି ବ୍ଲକରେ ପଂଚାୟତରାଜ ମନ୍ତ୍ରୀ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ନିଶ୍ଚିନ୍ତକୋଇଲି ବାସୀ ଓ ଅସୁରେଶ୍ଵର ଅଞ୍ଚଳ ବାସୀ ଅନେକ ଅନେକ କୃତଜ୍ଞତା ସହ ସାଧୁବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ଵାଳଙ୍କ ସହ , ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ସାଂଗଠାନିକ ଦକ୍ଷତା ତଥା ଯୁବନେତା ଅଶୋକ କୁମାର ଓଝା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସେଠୀ, ଅସୁରେଶ୍ଵର ପଞ୍ଚାୟତ ସରପଞ୍ଚ ମହେଶ୍ୱର ବାରିକ, ପି.ସ୍ ମେମ୍ବର ଶ୍ରୀଯୁକ୍ତ ଅନ୍ତରାମ ସିଂ, ବିଜୟ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.