ଗଜପତି : ରୋଷେଇ ଚୂଲାରୁ ଅଗ୍ନିକାଣ୍ଡ, ୧୨ ବଖରା ଭସ୍ମିଭୂତ

0 70

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ରୋଷେଇ ଚୁଲାର ନିଆଁରୁ ଅଗ୍ନିକାଣ୍ଡ ଘଟି ୧୨ବଖରା ଘର ଭସ୍ମିଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଆଜି ସକାଳେ ଗୁରାଣ୍ଡି ଗ୍ରାମର ପାଲିଆସାହି ଠାରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଚୁଲାରୁ ଅଗ୍ନିକାଣ୍ଡ ବ୍ୟାପୀ ୧୨ ବଖରା ଭସ୍ମିଭୂତ ହୋଇଥିବାର ଜଣାଯାଇଛି । ଏହି ନିଆଁ ଦ୍ୱାରା ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ୪ଜଣଙ୍କ ୧୨ବଖରା ଛପର ଘର ଭସ୍ମିଭୂତ ହୋଇଯାଇଛି । ଏହି ଅଗ୍ନି କାଣ୍ଡରେ କିଲୁ ବାଲରାଜୁ, ଗୁଜୁ ପୁନେୟା, ଗୁଜୁ ନେଲାମା, ଗୁଜୁ ଆମ୍ମାନାମ୍ମା ୪ଜଣଙ୍କ ଘରର ଛପର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଯାଇଥିବାର ଜଣାପଡିଛି । ଘଟଣା ସମ୍ପର୍କେ ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରର ୨ଗୋଟି ଦମକଳ ଗାଡି ପହଁଞ୍ଚିଥିଲେ । ତେବେ ଦମକଳବାହୀନି ଆସିବା ପୂର୍ବରୁ ଗ୍ରାମବାସୀଙ୍କ ମିଳିତ ଉଦ୍ଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏଣୁ ଦମକଳବାହିନୀ କେବଳ କ୍ଷତିର ବିବରଣୀ ସଂଗ୍ରହ କରି ଫେରିଥିଲେ । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଘଟିଥିବା ଏହି ୪ପରିବାରକୁ ପ୍ରଶାସନ ତରଫରୁ ଆବଶ୍ୟକ ସାହାଯ୍ୟ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.