ଟିଟିଲାଗଡ଼ ଏସ ସି ଡି ଏବଂ ସି ବି ଏମ ଇଣ୍ଡିଆ ଟ୍ରଷ୍ଟ ବାଙ୍ଗାଲୁରୁ ତରଫରୁ ଶାନ୍ତି ନଗରରେ ୬୦ ଜଣଙ୍କୁ ଶୁଖାଖାଦ୍ୟ, ହାଇଯିନ ଏବଂ ୱେଲନେସ କିଟ ପ୍ରଦାନ

0 67

ଟିଟିଲାଗଡ଼ : କୋଭିଡ-୧୯ ର ଦିତିୟ ଲହର ଆସିବା ଦ୍ବାରା ବହୁତ ଲୋକ ନିଜର ଜୀବିକା ହରାଇ ତଳିତଳାନ୍ତ ହୋଇ ଯାଇଛନ୍ତି । ଏହାକୁ ଆଖି ଆଗରେ ରଖି ତଥା ହୃଦୟଙ୍ଗମ କରି ଏସ ସି ଡି ଟିଟିଲାଗଡ଼ ତାଙ୍କର ଡୋନର ସିବିଏମ ଇଣ୍ଡିଆ ଟ୍ରଷ୍ଟ ସହ କଥା ହୋଇ ଏ ଅଞ୍ଚଳର ଭିନ୍ନକ୍ଷମ, ଗରିବ ରେଖା ତଳେ ଥିବା ଲୋକଙ୍କ ପାଇଁ ସାହାଯ୍ୟ ପଠାଇ ଅଛନ୍ତି । ଯାହାକି ଏସ ସି ଡି କାର୍ଯ୍ୟ କରୁଥିବା ବଲାଙ୍ଗିର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ୩୦୦ ପୁଡିଆ ଶୁଖା ଖାଦ୍ୟ, ୯୦୦ ହାଇଯିନ କୀଟ, ୬୭୫ ୱେଲ ନେସ କିଟ ବଣ୍ଟନ କରାଯିବାର ଯୋଜନା ରହିଛି ।

ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଶଗଡ଼ ଘାଟ ପଞ୍ଚାୟତ ଶାନ୍ତି ନଗରରେ ରହୁଥିବା କୁଷ୍ଠରୋଗ ଆକ୍ରାନ୍ତ ୬୦ ଜଣ ବ୍ୟକ୍ତିଙ୍କୁ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ (ଆଇ ଏ ଏସ) ଙ୍କ ଦ୍ଵାରା ଏହି କିଟ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏସ ସି ଡି ସେଣ୍ଟରର ସଭାପତି ରେଭେରେଣ୍ଡ ଏ ଯେ ସି ଛତ୍ରିଆ, ପ୍ରୋଜେକ୍ଟ ଡାଇରେକ୍ଟର ଏମଏମ ଦାସ ,ସମ୍ପାଦକ ଶ୍ରୀମତି ଅଞ୍ଜଳି ବେହେରା, କୋଷାଧ୍ୟକ୍ଷ ତାପସ କୁମାର ମହାରଣା, ସଂଯୋଜକ ଅମିତାବ ବେହେରା, କ୍ଷେତ୍ର ସଂଯୋଜକ ଶୈଳେନ୍ଦୁ କୁମାର ନନ୍ଦ ଏବଂ ସେଣ୍ଟରର ଷ୍ଟାଫ ମାନେ ଏହି କୀଟ ବଣ୍ଟନରେ ସହଯୋଗ କରିଥିଲେ । କୋଭିଡ ଭୟା ବହତାକୁ ଆଖି ଆଗରେ ରଖି ତିନୋଟି ଅକ୍ସିଯେନ୍ କର୍ନସର୍ନଟ୍ରେଟର ଏସ ସି ଡି ସେଣ୍ଟରରେ ଆଣି ରଖା ଯାଇଛି, ଯାହାକୁ ଦରକାର ଏଠାରୁ ଆସି ଜନସାଧାରଣ ନେଇ ପାରିବେ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ଏମ ଏମ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.