ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

0 81

ଭୁବନେଶ୍ୱର : ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଛି । ଏବେ ତାଙ୍କୁ କେଉଁଠି ରଖାଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ମାନସଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ବହୁ ସଂଗୀନ ଅଭିଯୋଗ ରହିଛି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ କଡବ ଗାଁରେ ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ମାଡ଼ ମରାଯାଇଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ମାଗୁଣୀ ଓ ତାଙ୍କ ପୁଅଙ୍କୁ ପଚରାଉଚରା କରିଥିଲା । ଘଟଣାରେ ମାନସ ଦାସଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରେ ଦର୍ଶାଯାଇଥିଲା ।

Leave A Reply

Your email address will not be published.