ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

0 64

ଭୁବନେଶ୍ୱର : ଭୁବନେଶ୍ୱର ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହି ହୋଇଛନ୍ତି । ଦୁଇଟି ହଷ୍ଟେଲର ଛାତ୍ରମାନେ ପରସ୍ପରକୁ ପିଟିଛନ୍ତି । ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି । ଏଥିରେ ଉଭୟ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଛି ।ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଝଗଡା ହୋଇଥିଲା । ପୋଲିସ୍ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା । ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଝରକାକବାଟ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ମାରପିଟ କରିଥିଲେ । ଏହାକୁ ନେଇ ଉତେଜନା ଦେଖାଦେଇଥିଲା ।

Leave A Reply

Your email address will not be published.