ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ୫୦ ଦିନ ପରେ ଚାଞ୍ଚଲ୍ୟକର ବୟାନ ଦେଲେ ପୂର୍ବତନ ରାତ୍ରଜଗୁଆଳି ଗଙ୍ଗା ପ୍ରଧାନ

0 65

-ରାତି ଅଧରେ ସୌମ୍ୟଙ୍କ ସରକାରୀ ବାସଭନକୁ ଯାଉଥିଲେ ଡିଏଫଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ୫୦ ଦିନ ପରେ ଡିଏଫଓ କାର୍ଯ୍ୟାଳୟର ପୂର୍ବତନ ରାତ୍ର ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ଏହି ବୟାନ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଡିଏଫଓଙ୍କ କାର୍ଯ୍ୟାଳୟରେ ଗଙ୍ଗା ପ୍ରଧାନ ନାମକ ପୂର୍ବତନ ରାତ୍ରଜଗୁଆଳି ଭାବେ କାମ କରୁଥିଲେ । ତେବେ ଗତ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିଲେ । ସେ ସେତେବେଳେ ରାତ୍ର ଜଗୁଆଳି ଭାବେ ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫଓ ଏସିଏଫ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତ୍ର ସାଢେ ୧୨ଘଣ୍ଟା ବେଳେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ।

ତେବେ ସେ କେଉଁ ପରିସ୍ଥିତିରେ ଏପରି ଏହି ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ୱଷ୍ଟ ହେବ । କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ରୂପ ଦେଇଛି । ହୁଏତ କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ । ସେ ଯାହା ହେଉନା କାହିଁକି ଗଙ୍ଗାଙ୍କ ବୟାନ ଏହି ବୟାନକୁ ନେଇ ମୃତ ଏସିଏଫ ସୌମ୍ୟଙ୍କ ମୃତ୍ୟୁମାମଲାରେ ଏକ ନୂତନ ଖୋରାକ ଯୋଗାଇଛି ।

Leave A Reply

Your email address will not be published.