ଗଜପତି ଜିଲ୍ଲା ଦୌରାଜଜ୍ କୋର୍ଟରେ ମାଓନେତା ସବ୍ୟସାଚୀ

0 78


ପାରଳାଖେମୁଣ୍ଡି, ୭ା୯ : ଗଜପତି ଜିଲ୍ଲା ଦୌରାଜଜ୍ କୋର୍ଟରେ ମାଓନେତା ସବ୍ୟସାଚୀ ପଣ୍ଡା ଆଜି ହାଜର ହୋଇଛନ୍ତି । ତାଙ୍କ ବିରୁଦ୍ଧରେ ଆଗତ ହୋଇଥିବା ୩ଗୋଟି ମାମଲା ଯଥା, ଗଜପତି ଜିଲ୍ଲାର ଝିଲିକି ଗ୍ରାମରେ ସଂଗଠିତ ଲ୍ୟାଣ୍ଡମାଇନ ବିସ୍ଫରୋଣ, ୨୦୧୨ ଭାଲିଆଗୁଡା ଏନ୍କାଉଣ୍ଟର ଏବଂ ମୁଖୀ ଜଙ୍ଗଲ ମାମଲାରେ ଆଜି ସାକ୍ଷ୍ୟମାନେ ସାକ୍ଷ୍ୟ ପ୍ରମାଣ ଦେବାର ଥିଲା । ହେଲେ ଏହି ୩ଗୋଟି ମାମଲାରେ ସାକ୍ଷ୍ୟ ପ୍ରମାଣ ଦେବାକୁ ଥିବା ସମସ୍ତ ସାକ୍ଷୀମାନେ ଆଜି ଜିଲ୍ଲା କୋର୍ଟରେ ହାଜର ହୋଇ ନ ଥିବା ସବ୍ୟସାଚୀଙ୍କ ଓକିଲ ସ୍ୱରୂପ ପାଳ ସୂଚନା ଦେଇଛନ୍ତି । ଆସନ୍ତାକାଲି ବୁଧବାର ଅନ୍ୟ କିଛି ମାମଲାର ଏଭଳି କିଛି କାର୍ଯ୍ୟକ୍ରମ ରହିଥିବାରୁ ସବ୍ୟସାଚୀ ପଣ୍ଡା ଆସନ୍ତା କାଲି ପୁଣି ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହେବେ ବୋଲି ମଧ୍ୟ ଓକିଲ ଶ୍ରୀପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.